ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ/ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ବଲାଙ୍ଗୀର, ୦୮ ସେପ୍ଟେମ୍ବର(ହି.ସ.) – ଓଡିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ବଲାଙ୍ଗୀର ଶାଖାର ଜିଲ୍ଲା କାର୍ଯ୍ୟକାରିଣି ବୈଠକ ଏବଂ ବୈଷୟିକ ସହଭାଗିତା କାର୍ଯ୍ୟକ୍ରମ ସ୍ଥାନୀୟ ଟାଉନ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଭାପତି ମୀନକେତନ ମାଝି ବୈଠକରେ ସ
ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ / ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ


ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ / ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ


ବଲାଙ୍ଗୀର, ୦୮ ସେପ୍ଟେମ୍ବର(ହି.ସ.) – ଓଡିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ବଲାଙ୍ଗୀର ଶାଖାର ଜିଲ୍ଲା କାର୍ଯ୍ୟକାରିଣି ବୈଠକ ଏବଂ ବୈଷୟିକ ସହଭାଗିତା କାର୍ଯ୍ୟକ୍ରମ ସ୍ଥାନୀୟ ଟାଉନ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଭାପତି ମୀନକେତନ ମାଝି ବୈଠକରେ ସଭାପତିତ୍ୱ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ସେ ତାଙ୍କର ବକ୍ତବ୍ୟରେ ଛାତ୍ର ଛାତ୍ରୀମାନେ କିପରି ତାଙ୍କର ଶୈକ୍ଷିକ ବିକାଶ ର ସୁଯୋଗ ପାଇବେ ସେହି ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ପରିଷଦ ବାର୍ଷିକ ବିବରଣୀକୁ ସାଧାରଣ ସଂପାଦକ ରବିନ୍ଦ୍ର କୁମାର ସୁନା ପାଠ କରିଥିଲେ। ସାଂସ୍କୃତିକ ସମ୍ପାଦକ ସୁରେନ୍ଦ୍ର ସେଠ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ନେପାଳ ବାଗ ଏବଂ ବନୀତା ବାଗ ପରିଚାଳନା କରିଥିଲେ। ପ୍ରତିଯୋଗୀମାନଙ୍କୁ ମାନପତ୍ର ଏବଂ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପରିଷଦ କାର୍ଯ୍ୟକାରି ସଭାପତି କମଳ ବିଶ୍ୱାଳ, ସମ୍ପାଦକ ସଦାନନ୍ଦ ଭୋଇ, ଖୁସିରାମ ମଲ୍ଲିକ, ଡମ୍ବରୁଧର ଧରୁଆ, କାର୍ତିକ ହରପାଲ, ଅଶୋକ ଭୋଇ, ହୋଲିଶ୍ୱର ଧରୁଆ, ନୃପରାଜ ଭୋଇ, କୃଷ୍ଣଚନ୍ଦ୍ର ବାଗ, ମହେନ୍ଦ୍ର ବାଗ, ରଘୁନାଥ ପୁଝାରି କିପରି ସଂଘକୁ ତୃଣମୁଳ ସ୍ତରରୁ ଶସକ୍ତ କରାଯାଇ ପାରିବ ସେହି ବିଷୟରେ ଆଲୋଚନା କରିଥିଲେ। ଶେଷରେ ଯୁଗ୍ମ ସମ୍ପାଦକ ନିଳକଣ୍ଠ ସୁନା ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande