ବାରିପଦା, ୮ ସେପ୍ଟେମ୍ବର (ହି.ସ.) - ପାର୍ବଣ ପୂର୍ବରୁ ବାରିପଦା ଟାଉନ ଥାନା ପୁଲିସ ଦ୍ୱାରା ବିପୁଳ ମଦ ଜବତ ହୋଇଛି। ସହରରେ ନାକା ଯାଂଚ ସମୟରେ ଦେଶୀ ମଦ ଜବତ କରିବାରେ ସଫଳ ହୋଇଛନ୍ତି। ଏଥି ସହିତ ଉକ୍ତ କାରବାରରେ ସମ୍ପୃକ୍ତ ଥିବା ୩ ଜଣକୁ ପୁଲିସ ଗିରଫ ସହ ଏକ ଅଟୋ ଜବତ କରାଯାଇଛି। ସୂଚନା ଅନୁଯାୟୀ, ବାରିପଦା ଟାଉନ ଥାନା ପୁଲିସ ପକ୍ଷରୁ ପାଲବଣି ଅଂଚଳରେ ରାତ୍ରି କାଳୀନ ନାକା ଯାଂଚ ଜାରି ଥିବା ବେଳେ ବେଆଇନ ମଦ କାରବାର ନେଇ ପୁଲିସକୁ ବିଶ୍ୱସ୍ଥ ସୂତ୍ରରୁ ଖବର ମିଳିଥିଲା। ଏକ ଅଟୋରେ ମଦ ନେଇ ଯାଉଥିବା ବେଳେ ସନ୍ଦେହରେ ଗାଡି ଅଟକାଇ ଯାଂଚ କରିବାରୁ ଦେଶୀ ମଦ ଜବତ ହୋଇଛି। ଚଢ଼ାଉ କରି ୧୧୦ଲିଟର ଦେଶୀ ମଦ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରାଯାଇଛି। ବେଆଇନ ମଦ କାରବାରକୁ ନେଇ ଥାନାରେ ଏକ ଅବକାରୀ ଆଇନ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ