କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସୁରକ୍ଷା ଦେବ ଆନ୍ତର୍ଜାତିକ ସାମ୍ବାଦିକ ସଂଘ ଭଏସ ଅଫ ମିଡ଼ିଆ
Working Journalist protection regarding News
ଫୋଟ


କନ୍ଧମାଳ, ୦୮ ସେପ୍ଟେମ୍ବର(ହି.ସ.) – କନ୍ଧମାଳର କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷାର ଢାଲ ହୋଇ ଠିଆହେବା ସହ ସାମ୍ବାଦିକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବାକୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ଆନ୍ତର୍ଜାତିକ ସାମ୍ବାଦିକ ସଂସ୍ଥା ଭଏସ ଅଫ ମିଡ଼ିଆର ରାଜ୍ୟ ସଭାପତି ଡ଼ଃ ପ୍ରଭାତ କୁମାର ମିଶ୍ର। ଆଜି ଏକ ଦିନିକିଆ ଫୁଲବାଣୀ ଗସ୍ତକରି ଏଠାକାର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଭେଟି ସାମ୍ବାଦିକତା କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଆଲୋଚନା କରି, ପ୍ରତି ସାମ୍ବାଦିକର ବାପା, ମା ଓ ପରିବାରକୁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା, ଆର୍ôଥକ ଦୃଷ୍ଟି କୋଣରୁ ଅକ୍ଷମ ଥିବା ସାମ୍ବାଦିକଙ୍କ ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ଆର୍ôଥକ ସହାୟତା ଓ ୬୦ ବର୍ଷର ଉର୍ଦ୍ଧ୍ୱ ସାମ୍ବାଦିକଙ୍କୁ ପେନ୍‌ସନ ଯୋଗାଇ ଦେବାପାଇଁ କହି ଆଜି ପୂର୍ବରୁ ଆବେଦନ କରିଥିବା ସାମ୍ବାଦିକ ଗୋପାଳ ପଟ୍ଟନାୟକଙ୍କୁ ଆଗାମୀ ପ୍ରେସ ଡେ’ ଠାରୁ ପେନସନ ସଂଘ ପକ୍ଷରୁ ଦେବାପାଇଁ ଘୋଷଣା କରିଥିଲେ। କନ୍ଧମାଳରେ ଏହି ସୁବିଧାର ଲାଭ ଉଠାଇବା ପାଇଁ ଅନ୍ୟ ସାମ୍ବାଦିକକୁ ଏହି ସଂଗଠନରେ ସାମିଲ କରିବା ପାଇଁ ଅନୁରୋଧ କରି ସଭାପତି ଶିବାନନ୍ଦ ପଟ୍ଟନାୟକ ଓ ସମ୍ପାଦକ ଅଜିତ ମହାରଣାଙ୍କୁ ଦାୟୀତ୍ୱ ଦେଇଥିଲେ। ଆଜି ସ୍ଥାନୀୟ ସର୍କିଟ ହାଉସ ଠାରେ ବସିଥିବା ବୈଠକରେ ବରିଷ୍ଠ ସାମ୍ବାଦିକ, ଉପଦେଷ୍ଟା ଗୋପାଳ ପଟ୍ଟନାୟକ, ସୁବାସ ପ୍ରଧାନ, ଫିଲିମୋହନ ନାୟକ, ପ୍ରଶାନ୍ତ ପଣ୍ଡାଙ୍କ ସହ ସହ ସମ୍ପାଦକ ରମେଶ ପ୍ରଧାନ, ସାଗର ପ୍ରଧାନ, ରମେଶ ନାୟକ, ବି ଭି ଶଙ୍କର, ପ୍ରଶାନ୍ତ ଜେନା, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଆଦି ୨୦ରୁ ଉର୍ଦ୍ଧ୍ୱ ସାମ୍ବାଦିକ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande