କୋରେଇ, ୮ ସେପ୍ଟେମ୍ବର (ହି.ସ.) - ପ।।ଣିକୋିଲି ପୁଲିସ ଏକ ଠକେଇ ମାମଳାର ପର୍ଦାଫାସ କରିବା ସହ ନେଇଯାଇଥିବା ସମସ୍ତ ସାମଗ୍ରୀ ଜବତ କରିବାରେ ସକ୍ଷମ ହୋଇଛି । ପ୍ରକାଶଯେ ପାଣିକୋଇଲିରେ ପୁରୁଣା ଟୋଲ ଗେଟ ଠାରେ ରିଲିଆନ୍ସ କମ୍ପାନୀ ନାମରେ ଏକ ସୋରୁ ମ ଖୋଲାଯାଇଥିଲା । ଉକ୍ତ କମ୍ପାନୀରେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ନୂନପଦି ଗ୍ରାମର ବିନୋଦ ବେହେରାଙ୍କ ପୁଅ ରାଜ କିଶୋର ବେହେରା ଏକ ପିକଅପ ଭଡା ସୂତ୍ରରେ ଲାଗାଇଥିଲେ । ସେଠାରେ ପାଣିକୋଇଲି ଥାନା ଅନ୍ତର୍ଗତ ଖଜିରପୁର ଗ୍ରାମର ସମ୍ବର ମଳିକଙ୍କ ପୁଅ ସୁରେଶ ମଲିକ ମ୍ୟାନେଜର ଭାବେ କାମ କରୁଥିଲେ । ଭଡା ବାବଦକୁ କମ୍ପାନୀ ଉପରେ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ ବାକି ରହିଥିଲା । ହେଲେ କମ୍ପାନୀ ଏଠାରୁ ଉଠିଯିବାକୁ ଜାଣିବା ପରେ ମ୍ୟାନେଜର ସହିତ କଥା ହୋଇ ରାଜକିଶୋର କମ୍ପନୀର ଲକ୍ଷାଧିକ ଟଙ୍କା ମାଲ ଗାଡିରେ ଲୋଡ ହୋଇ ବିଭିନ୍ନ ସ୍ଥାନକୁ ଯିବାକୁ ଥିବା ବେଳେ ତାହାକୁ ସେମାନଙ୍କ ପାଖରେ ନପହଂଚାଇ ହଡପ କରିଥିଲେ । କମ୍ପାନୀ ଏଠାରୁ ଚାଲିଯିବା ପରେ ସୁରେଶକୁ ମଧ୍ୟ କମ୍ପାନୀ ବାହାର କରିଦେଇଥିଲା । କମ୍ପାନୀ ଉପରେ ଗାଡି ଭଡା ବାକିଥିଲା । ଏ ନେଇ ହଡପ ଜିନିଷ ପାଇଁ ଯାଜପୁରରେଡ ଥାନା ଅନ୍ତର୍ଗତ ରାଚ୍ଛିପୁର ଗ୍ରାମର ମାନସୀପ୍ରଭା ରାଉତ ଗତ ଅଗଷ୍ଟ ୨ ତାରିଖ ଥାନାରେ ଅଭିଯୋଗ କରିଥିଲେ । ଏନେଇ ଏକ ମାମଲା ୨୪୪/୨୫ ରୁଜ୍ଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା । ଅପରପକ୍ଷେ ସୁରେଶ ଅଗଷ୍ଟ ୧ ତାରିଖ ରାଜକିଶୋର ମାଲ ହଡପ କରିଥିବାର ଅଭିଯୋଗ କରିଥିଲେ । ଏନେଇ ଏକ ମାମଲା ୨୪୧/୨୫ ରୁଜ୍ଜୁ ହୋଇଥିଲା । ଉଭୟ ମାମଲାର ପୁଲିସ ତଦନ୍ତ ଜାରି ରଖିଥିଲା । ରାଜକିଶୋରରୁ ବାରମ୍ବାର କହିବା ସତ୍ୱେ ରାଜକିଶୋର ଥାନାକୁ ଆସିନଥିଲା କି ଜିନିଷ ଫେରାଇନଥିଲା । ଫଳରେ ପୁଲିସ କଟକରେ ଚଢାଉ କରି ୩୨ ଇଂଜିଆ ଏଇଡି ଟିଭି ଗୋଟିଏ , ଭୋଲଟାଭ ଏସି ୮ଟା, ହାଇଅର ଟୁସି ୧ଟା, ନେଚର ୧୬ ପ୍ଲେସ ୧ଟା, ୱାନ ପ୍ଳସ ବ୍ଲୁଟୁଥ ୧ଟା, ଡାଇକିନ ଏସି ୨ଟା, ହୋମ ଥିଏଟର ଗୋଟିଏ, ପୋକୋ ସ୍ମାର୍ଟ ଫୋନ ଗୋଟିଏ ଜବତ କରି ଥାନାକୁ ଆଣିଥିଲା । ଏନେଇ ଦୁଇ ମାମଲାରେ ସୁରେଶ ଓ ରାଜକିଶୋର ପୁଲିସ ଗିରଫ କରିଥିଲା । ଆଜି ଉଭୟଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ