ଭୁବନେଶ୍ୱର,
08 ସେପ୍ଟେମ୍ବର (ହି.ସ.) ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଖୋର୍ଧା ଜିଲ୍ଲା ଚ଼ିଲିକା ବ୍ଲକ ଅନ୍ତର୍ଗତ
ହରିପୁର ଗ୍ରା:ପ ଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିର ଅବସରରେ ଆୟୋଜିତ ହୋଇଥିବା
ବିଭିନ୍ନ ଷ୍ଟଲ ବୁଲି ଦେଖଛନ୍ତି । ଶ୍ରୀ ହରିଚନ୍ଦନ ନିଜେ ସୋସିଆଲ ମିଡିଆ ଜରିଆରେ ଏହି ସୂଚନା
ଦେଇଛନ୍ତି ।
ସେ
ସୋସିଆଲ ମିଡିଆରେ ଲେଖିଛନ୍ତି, ଆଜି ଚ଼ିଲିକା ବ୍ଲକ ଅନ୍ତର୍ଗତ ହରିପୁର ଗ୍ରା:ପ ଠାରେ ଅନୁଷ୍ଠିତ
ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିର ଅବସରରେ ଆୟୋଜିତ ହେଇଥିବା ସମନ୍ୱିତ ଶିଶୁ ବିକାଶ
ଯୋଜନା ଷ୍ଟଲ୍ , ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନ ଷ୍ଟଲ୍ , ପ୍ରଧାନମନ୍ତ୍ରୀ
ଆବାସ ଯୋଜନା (ସହରାଞ୍ଚଳ) ସରକାରଙ୍କ ଯୋଜନା ସହ ଆର୍ଥିକ ଅନଗ୍ରସରଙ୍କୁ ଯୋଡ଼ିବାର ମାଧ୍ୟମ
(ସହଯୋଗ ଷ୍ଟଲ୍) ସ୍ୱଚ୍ଛ ସର୍ବେକ୍ଷଣ ଷ୍ଟଲ୍ , ପ୍ରାଥମିକ ଚିକିତ୍ସା ଶିବିର, ମହାତ୍ମାଗାନ୍ଧୀ
ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ସ୍ବଚ୍ଛତା
ଷ୍ଟଲ୍, ମୁଖ୍ୟମନ୍ତ୍ରୀ
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଯୋଜନା ଷ୍ଟଲ୍ , ପୋଷଣ ମାସ ଏବଂ ସମନ୍ୱିତ ଶିଶୁ ପ୍ରକଳ୍ପ ଯୋଜନା ଆଦି
ନିର୍ମିତ ସଚେତନତା ଷ୍ଟଲ ବୁଲି ଦେଖିଲି।
ଏହି
ଅବସରରେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ, ଉପ-ଜିଲ୍ଲାପାଳ ଶ୍ରୀ କିଶୋର କୁମାର ପଣ୍ଡା, ଖୋର୍ଦ୍ଧା
ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା
ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା
ବେହେରା, ଉପାଧ୍ୟକ୍ଷ
ଶ୍ରୀ ଅରୁଣ ପଟ୍ଟନାୟକ, ଚ଼ିଲିକା ବ୍ଲକ ବିଡ଼ିଓ ସୁଶ୍ରୀ ପୁନମ ମହାପାତ୍ର, ଚ଼ିଲିକା
ତହସିଲଦାର ଶ୍ରୀ କାହ୍ନୁଚରଣ ଘଡ଼ାଇ, ହରିପୁର ଗ୍ରା:ପର ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳୀ
ବେହେରାଙ୍କ ସମେତ ବିଭାଗୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ