ମାଲକାନଗିରି, ୦୮ ସେପ୍ଟେମ୍ବର(ହି.ସ.) – ମାଲକାନଗିରି ରେ ତୀର ମାଡ଼ରେ ଜଣେ ଗୁରୁତର ଆହତ। ତୀର ଲାଗିଥିବା ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି! ଜିଲ୍ଲାର ନାୟକଗୁଡ଼ା ପଂଚାୟତ ପକାନାଗୁଡ଼ା ଗ୍ରାମର ଘଟଣା। ଗୁରୁତର ଆହତ ଜଣଙ୍କ ହେଲେ ଲକ୍ଷ୍ମଣ ଗୌଡ଼ ତାଙ୍କ ଘର ନିକଟରେ ରହୁଥିବା ବିଶ୍ୱନାଥ ଗୌଡ଼ଙ୍କ ତୀର ମାଡ଼ରେ ସେ ଗୁରୁତର ହୋଇଥିବା ଜଣାପଡ଼ିଛି ଓ ଲକ୍ଷ୍ମଣଙ୍କୁ ପ୍ରଥମେ ପାଣ୍ଡ୍ରିପାଣି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା କିନ୍ତୁ ପ୍ରାଥମିକ ଚିକିତ୍ସା ପରେ। ଗୁରୁତର ହେବାରୁ ଲକ୍ଷ୍ମଣଙ୍କୁ ଅଧିକ ଚିକିତ୍ସା ନିମନ୍ତେ କୋରାପୁଟଙ୍କୁ ସ୍ଥାନାନ୍ତର କରାଯାଇଛି। ତେବେ ତୀର ମାଡ଼ର ସଠିକ କାରଣ କ’ଣ ତାହା ସ୍ପଷ୍ଟ ହୋଇପାରି ନଥିବାବେଳେ ତୀର ମାରିଥିବା ବ୍ୟକ୍ତି ଜଣଙ୍କ ମଦ୍ୟପାନ କରିଥିବା ସୂଚନ ମିଳିଛି!
ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ