ମତୋ ସରକାରୀ ଉଚ୍ଚ ବିଦ୍ୟାଳୟର ୪ ଛାତ୍ରୀ ରାଜ୍ୟସ୍ତରୀୟ କ୍ରୀଡା ପାଇଁ ମନୋନୀତ
ଭଦ୍ରକ, ୮ ସେପ୍ଟେମ୍ବର (ହି.ସ.) - ମତୋ ସରକାରୀ ଉଚ୍ଚ ବିଦ୍ୟାଳୟର ୪ଜନ ଛାତ୍ରୀ ରାଜ୍ୟ ସ୍ତର ଭଲିବଲ କ୍ରୀଡା ପାଇଁ ସି. ଆଇ ଏସ. ଏସ ଉଚ୍ଚ ବିଦ୍ୟାଳୟ ,ତିହିଡି ରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବାଳିକା ଭଲିବଲ୍ ବିଭାଗରେ ମନୋନୀତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଦଶମ ଶ୍ରେଣୀ ର ଛାତ୍ରୀ କୁମାରୀ ସୁପ୍ରିୟା ନ
MOTTO SCHOOL 4 GIRL STUDENT SELECTED


ଭଦ୍ରକ, ୮ ସେପ୍ଟେମ୍ବର (ହି.ସ.) - ମତୋ ସରକାରୀ ଉଚ୍ଚ ବିଦ୍ୟାଳୟର ୪ଜନ ଛାତ୍ରୀ ରାଜ୍ୟ ସ୍ତର ଭଲିବଲ କ୍ରୀଡା ପାଇଁ ସି. ଆଇ ଏସ. ଏସ ଉଚ୍ଚ ବିଦ୍ୟାଳୟ ,ତିହିଡି ରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବାଳିକା ଭଲିବଲ୍ ବିଭାଗରେ ମନୋନୀତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଦଶମ ଶ୍ରେଣୀ ର ଛାତ୍ରୀ କୁମାରୀ ସୁପ୍ରିୟା ନାୟକ, ସସ୍ମିତା ରାଉତ, ଦିପ୍ତିମୟୀ ପଣ୍ଡା ଓ ଲିତୁ ଦାସ ରାଜ୍ୟ ସ୍ତର କୁ ମନୋନୀତ ହୋଇଛନ୍ତି. ବିଦ୍ୟାଳୟର କ୍ରୀଡା ଶିକ୍ଷକ ବିଭୁଦତ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଛାତ୍ରୀ ମାନେ ଏହି କ୍ରୀଡା ଅଭ୍ୟାସ କରିଥିଲେ। ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଏହି ୪ଜନ ଖେଳାଳିଙ୍କର ସଫଳତା କାମନା କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande