ଥାନାଧିକାରିଙ୍କ ବଦଳି ପ୍ରତ୍ୟାହାର ନିମନ୍ତେ ଏସପିଙ୍କୁ ଦାବି ପତ୍ର
କୋରେଇ, ୮ ସେପ୍ଟେମ୍ବର (ହି.ସ.) - ଗୋ -ମାଫିଆ ମାନଙ୍କ ନିମନ୍ତେ ବୁମେରାଂ ହୋଇଥିବା ଯାଜପୁର ଜିଲ୍ଲା ବଡ଼ଚଣା ଥାନାଧିକାରୀଣୀ ମଧୁସ୍ମିତା ବେହେରାଙ୍କୁ ରାଜ୍ୟ ସରକାରଙ୍କ ଗୃହ ବିଭାଗର ନିର୍ଦ୍ଦେଶ ମତେ ଯାଜପୁର ଆରକ୍ଷୀ ଅଧିକ୍ଷକ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଛନ୍ତି। ଥାନାଧିକାରିଣୀ ବଡ଼ଚଣା ଥାନାରେ ଯୋଗ
ଥାନାଧିକାରିଙ୍କ ବଦଳି ପ୍ରତ୍ୟାହାର ନିମନ୍ତେ ଏସପିଙ୍କୁ ଦାବି ପତ୍ର


କୋରେଇ, ୮ ସେପ୍ଟେମ୍ବର (ହି.ସ.) - ଗୋ -ମାଫିଆ ମାନଙ୍କ ନିମନ୍ତେ ବୁମେରାଂ ହୋଇଥିବା ଯାଜପୁର ଜିଲ୍ଲା ବଡ଼ଚଣା ଥାନାଧିକାରୀଣୀ ମଧୁସ୍ମିତା ବେହେରାଙ୍କୁ ରାଜ୍ୟ ସରକାରଙ୍କ ଗୃହ ବିଭାଗର ନିର୍ଦ୍ଦେଶ ମତେ ଯାଜପୁର ଆରକ୍ଷୀ ଅଧିକ୍ଷକ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଛନ୍ତି। ଥାନାଧିକାରିଣୀ ବଡ଼ଚଣା ଥାନାରେ ଯୋଗ ଦାନ ଦେବା ପରଠାରୁ ଦଶରୁ ଅଧିକ ଗୋ-ଚାଲଣ କରୁଥିବା ଗାଡ଼ି ଗୁଡ଼ିକୁ ଜବତ କରି ବହୁ ଗୋମାତାଙ୍କ ଜୀବନ ବଂଚାଇଥିଲେ। ଫଳରେ ଗୋ ଚାଲାଣ କରୁଥିବା ମାଫିଆ ମାନଙ୍କ ନିଦ ହଜିଯାଇଥିଲା। ଏଥି ସହିତ ଥାନା ଅଂଚଳରେ ଆଇନଶୃଙ୍ଖଳା ପରିସ୍ଥିତ ନିୟନ୍ତ୍ରଣ, ଧର୍ମାନ୍ତିକରଣକୁ ବିରୋଧ ଆଦି ପଦକ୍ଷେପ ନେଇ ସେ ଜନସାଧାରଣଙ୍କ ପ୍ରିୟ ଭାଜନ ହୋଇପାରିଥିଲେ। ତେବେ ମାଫିଆ ମାନଙ୍କ ଚକ୍ରାନ୍ତର ଶୀକାର ହୋଇ ରାଜନୈତିକ ଚାପରେ ସରକାରଙ୍କ ଗୃହ ବିଭାଗ ତରରୁ ଉକ୍ତ ଥାନାଧିକାରିଣୀଙ୍କୁ ଆକ୍ରୋଶ ମୁଳକ ଭାବେ ଜିଲ୍ଲା ମୂଖ୍ୟାଳୟକୁ ବଦଳି କରାଯାଇଥିଲା। ଉକ୍ତ ବଦଳି ବେଆଇନ ଓ ଆକୋଶ ମୂଳକ ଓ ଷଡ଼ଯନ୍ତ୍ର ଦର୍ଶାଇବା ସହିତ ଥାନାଧିକାରୀଣୀଙ୍କ ବଦଳି ପ୍ରତ୍ୟାହର କରିବା ଦାବି ନେଇ ଗୋଟିଏ ପଟେ ବଜରଙ୍ଗ ଦଳର କର୍ମୀ ମାନେ ବଡ଼ଚଣା ଥାନା ସମ୍ମୁଖରେ ଧାରଣା ଦେଇଥିବା ବେଳେ ଯାଜପୁର ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ଏକ ଟିମ ଯାଜପୁର ଆରକ୍ଷୀ ଅଧିକ୍ଷକ ୟଶ ପ୍ରତାପ ଶ୍ରୀମଲଙ୍କୁ ସାକ୍ଷାତ କରି ବଦଳି ପ୍ରତ୍ୟାହାର କରିବା ଲାଗି ଦାବି କରିଛନ୍ତିି। କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦର ସଭାପତି ସମୀର କୁମାର ନାୟକ ସମ୍ପାଦକ ରାଜ କିଶୋର ମଲିକ, ବଜରଙ୍ଗ ଦଳର ବିଭାଗ ସଂଯୋଜକ ଚନ୍ଦ୍ରକାନ୍ତ କର, ଜିଲ୍ଲା ସଂଯୋଜକ ବସନ୍ତ ପାତ୍ର,ବଡ଼ଚଣା ପ୍ରଖଣ୍ଡର ସମ୍ପାଦକ ବିଜୟ କୁମାର ସାହୁ, ସଭାପତି ହେମେଶ ଜେନାଙ୍କ ସମେତ ପଚାଶରୁ ଉଦ୍ଧ୍ୱ ସଦସ୍ୟ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande