ପାର୍ବଣ ପୂର୍ବରୁ ଜିଲ୍ଲାବ୍ୟାପି କଡ଼ାକଡ଼ି ନାକା ଯାଂଚ
ବାରିପଦା, ୮ ସେପ୍ଟେମ୍ବର (ହି.ସ.) - ପାର୍ବଣ ପୂର୍ବରୁ ଅପରାଧିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ପାଇଁ ମୟୁରଭଞ୍ଜ ଜିଲ୍ଲା ପୁଲିସ ପକ୍ଷରୁ ଜିଲ୍ଲାବ୍ୟାପି ନାକା ଯାଂଚ କଡାକଡି କରାଯାଇଛି। ବାରିପଦା ସମେତ ଜିଲ୍ଲାର ବିଭିନ୍ନ ଥାନାର ସୀମାନ୍ତବର୍ତି ଓ ପ୍ରବେଶ/ପ୍ରସ୍ଥାନ ଅଂଚଳରେ ଯାଂଚ କରାଯାଉଛି। ରାତ
ପାର୍ବଣ ପୂର୍ବରୁ ଜିଲ୍ଲାବ୍ୟାପି କଡ଼ାକଡ଼ି ନାକା ଯାଂଚ


ବାରିପଦା, ୮ ସେପ୍ଟେମ୍ବର (ହି.ସ.) - ପାର୍ବଣ ପୂର୍ବରୁ ଅପରାଧିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ପାଇଁ ମୟୁରଭଞ୍ଜ ଜିଲ୍ଲା ପୁଲିସ ପକ୍ଷରୁ ଜିଲ୍ଲାବ୍ୟାପି ନାକା ଯାଂଚ କଡାକଡି କରାଯାଇଛି। ବାରିପଦା ସମେତ ଜିଲ୍ଲାର ବିଭିନ୍ନ ଥାନାର ସୀମାନ୍ତବର୍ତି ଓ ପ୍ରବେଶ/ପ୍ରସ୍ଥାନ ଅଂଚଳରେ ଯାଂଚ କରାଯାଉଛି। ରାତି କାଳୀନ ଗୋ ଚାଲାଣ, ମଦ ଚୋରା ଚାଲାଣ, ଲଘୁ ଖଣିଜ ଚାଲାଣ ଯାଂଚ ଆଦି ରୋକିବାକୁ ଯାଂଚ କରାଯାଇଛି। ଗତ ରବିବାର ଗୋଟିଏ ଦିନରେ ୩୪୩ଟି ଗାଡି ମୋଟର ଯାଂଚ କରାଯାଇ ୪,୫୬,୦୦୦ଟଙ୍କା ଫାଇନ ଆଦାୟ କରାଯାଇଛି। ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଂଟୁପାଳି ସୂଚନା ପ୍ରଦାନ କରିଛନ୍ତି। ଟ୍ରାଫିକ ନିୟମ ଅବମାନନା, ୧୦ଟି ଡ୍ରିଙ୍କ ଏଣ୍ଡ ଡ୍ରାଇଭ, ୧୧ଟି ଅବକାରୀ ମାମଲା ସମେତ ୧୮୫ଲିଟର ଦେଶୀ ମଦ ଜବତ କରାଯାଇଛି। ଏହାସହିତ ରାସଗୋବିନ୍ଦପୁର ଥାନା ଅଂଚଳରେ ଲଘୁ ଖଣିଜ ଚୋରା ଚାଲାଣ ଓ ମୋରଡା ଥାନା ଅଂଚଳରେ ବେଆଇନ କାଠ ଚୋରା ଚାଲାଣ ବେଳେ ଜବତ କରାଯାଇ ମାମଲା ରୁଜୁ ହୋଇଛି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande