ଇନୋଭେଶନ ଏବଂ ଷ୍ଟାର୍ଟ-ଅପ୍ ପ୍ରତିଯୋଗିତା
ଜୟପୁର, ୮ ସେପ୍ଟେମ୍ବର (ହି.ସ.) - କୋରାପୁଟ ଡି ଏ ଭି ଶିକ୍ଷକ ଶିକ୍ଷା ମହାବିଦ୍ୟଳୟ ରେ ଅନୁଷ୍ଠାନ ସ୍ତରୀୟ ଇନୋଭେଶନ ଏବଂ ଷ୍ଟାର୍ଟ-ଅପ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା, ନବୋନ୍ମେଷ ଓ ଉଦ୍ୟମିତା ଭାବନାକୁ ପ୍ରୋତ୍ସାହନ ଦେବା ପାଇଁ ବହୁ-ସ୍ତରୀୟ ଇନୋଭେଶନ ଏବଂ ଷ୍ଟାର୍ଟ-ଅପ୍ ପ୍ରତିଯୋଗିତା ଆୟୋଜନ କରିବା କୁ ଅଭିନବ ପଦକ୍ଷେପ ନେଇଛନ୍ତି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ସମସ୍ୟାର ସମାଧାନ, ଦୈନିକ ଜୀବନ ଓ ବ୍ୟବସାୟ ପ୍ରକ୍ରିୟାକୁ ସହଜ କରିବା, ତଥା ଉଦ୍ୟମୀ କୌଶଳ ବିକାଶ ସହିତ ଆର୍ôଥକ ସହାୟତା ଯୋଗାଇ ଅଂଚଳୀୟ ଓ କ୍ଷେତ୍ରୀୟ ଉନ୍ନତି ସାଧନ କରିବା। ଓଡ଼ିଶା ସରକାରଙ୍କ ଏହି ଅଭିନବ ପ୍ରୟାସ । କଲେଜ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଷ୍ଟାର୍ଟ-ଅପ୍ ଏବଂ ବ୍ୟବସାୟ ପ୍ରତି ଧାରଣା ଜନ୍ମାଇବା ସହିତ – ସେମାନଙ୍କ ମଧ୍ୟରେ ବାଣିଜ୍ୟିକ ସମ୍ଭାବନା ଥିବା ପ୍ରସ୍ତାବ ଗୁଡିକ ଲୋକ ଲୋଚନକୁ ଆଣି ପାରିବେ ଏବଂ ସେମାନଙ୍କ ମଧ୍ୟରେ ଏକ ସଫଳ ଉଦ୍ୟମୀ ହୋଇ ପାରିବେ । ଡି ଏ ଭି ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ୧୨ ଟି ଦଳ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ କିପରିଭାବରେ ବହୁଭାଷୀ ଶିକ୍ଷା ପ୍ରଦାନକାରୀ ମୋବାଇଲ ଆପ୍ଲିକେସନ ତିଆରି କରିହେବ । ସେ ଷ୍ଟାର୍ଟ-ଅପ୍ ସବୁଠୁ ଶ୍ରେଷ୍ଠ ବିବେଚିତ ହୋଇଥିଲା । ସ୍ଥାନୀୟ ପିଲା ମାନଂକୁ କିପରି ଭାବରେ ସର୍ବନିମ୍ନ ମୂଲ୍ୟ ରେ କୋଚିଂ ଯୋଗାଇଦେଇ ହେବ ସେ ଷ୍ଟାର୍ଟ-ଅଫ ଦିତୀୟ ସ୍ଥାନ ଅଧିକାର କରିଥିବା ବେଳେ କଳା ଜିରା ଧାନ ରୁ ବିଭିନ୍ନ ପ୍ରକାର ଉତ୍ପାଦ ବାହର କରିହେବ ତୃତୀୟ ସ୍ଥାନ ଅଧିକାର କରିଥିଲା । ଏହି କାର୍ଯ୍ୟ କ୍ରମରେ ଶ୍ରୀ ରୋସନ କୁମାର କାର୍ତିକ, ମୁଖ୍ୟ ନିର୍ବାହୀ ଅଧିକାରୀ, ଓଆରଏମଏଏସ ନବରଙ୍ଗପୁର ବିଶେଷଜ୍ଞ ଏବଂ ମୁଖ୍ୟ ଅତିଥି ଭାବେ ଆସି ସମସ୍ତ ପ୍ରତିଯୋଗୀଙ୍କୁ ମୂଲ୍ୟାୟନ କରିଥିଲେ ଓ ଅଭିବକ୍ତ କୋରାପୁଟର ଥିବା ବିଭିନ୍ନ ପ୍ରାକୃତିକ ସମ୍ପଦ କୁ ନେଇ କିପରି ଭାବରେ ସର୍ବତମ ଉତ୍ପାଦ ବାହାର କରିହେବ ସେ ବିଷୟରେ ଦିଗଦର୍ଶନ ଦେଇଥିଲେ । ସର୍ବମୋଟ ୧୨ ଟି ଗ୍ରୁପ ରୁ ୩ ଟି ଗ୍ରୁପ କୁ ଶ୍ରେଷ୍ଠ ଗ୍ରୁପ ଭାବେ ବିଶ୍ୱବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗୀତା ପାଇଁ ଚୟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କଲେଜ ଅଧକ୍ଷ ପ୍ରୋଫେସର ଡ. ଦେବେନ୍ଦ୍ର କୁମାର ସେଠୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶ୍ରୀମତୀ ଝରଣା ସାହୁ ଏବଂ ଡକ୍ଟର ପୂର୍ଣ୍ଣଚନ୍ଦ୍ର ତନ୍ତୀ ସହକାରୀ ପ୍ରଧ୍ୟାପକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । କଲେଜ ର ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକା ଛାତ୍ର ଛାତ୍ରୀ ଷ୍ଟାର୍ଟପ ଗ୍ରୁପ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି