ଜୟପୁର, ୮ ସେପ୍ଟେମ୍ବର (ହି.ସ.) - ଯୁବକଙ୍କୁ ଛୁରାମାଡ ହୋଇଥିବା ନେଇ ଜୟପୁର ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି କ୍ଷ ଅଭିଯୋଗ କୁ ଭିତି କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଛୁରା ମାଡରେ ୫ଜଣ ଅଭିଯୁକ୍ତ ସାମିଲ ଥିବା ରହିଥିବା ନେଇ ଜୟପୁର ସହର ବାପୁଜୀ ନଗରର ମୁକେଶ ଖରା ଲିଖିତ ଅଭିଯୋଗ କରିଛନ୍ତି । ମାମଲା ଅନୁଯାୟୀ ଗତ କାଲି ସଂଧ୍ୟା ୭ଟା ସମୟରେ ଅଭିଯୋଗକାରୀ ଚନ୍ଦ୍ରଶେଖର ଖରା ଏବଂ ତାଙ୍କ ଅନ୍ୟ ୪ଜଣ ସାଙ୍ଗ ସ୍ଥାନୀୟ ସତିଗୁଡା (ୟେଲୋ ଡେମ)କୁ ବୁଲିବାକୁ ଯାଇଥିଲେ । ସେଠାରେ ପୂର୍ବରୁ ରହିଥିବା ୫ଜଣ ଯୁବକ ପୀଡିତ ଯୁବକ ଏବଂ ତାଙ୍କ ସାଙ୍ଗ ସାଥିଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ । ଏହିପରି ଉଭୟଙ୍କ ଦଳ ମଧ୍ୟରେ ବଚସା ହୋଇଥିଲା, ବିରୋଧି ପକ୍ଷରୁ ହତ୍ୟା କରିବାକୁ ଧମକ ଦେବା ସହ ମାଡ ମାରିଥିଲେ । ଏହିପରି ପ୍ରତିପକ୍ଷ ଏହାକୁ ପ୍ରତିରୋଧ କରିବାକୁ ଅଭିଯୁକ୍ତ ଯୁବକଙ୍କ ମଧୟରେ ବାଚସା ହେବା ପରେ ଜଣେ ଯୁବକ ହଠାତ ଏକ ଛୁରା ବାହର କରିବା ସହ ଆକ୍ରମଣ କରିଥିଲେ । ଏଥିରେ ଚନ୍ଦ୍ରଶେଖରଙ୍କ କାନରେ ଗଭୀର ଆଘାତ ଲାଗିବା ସହ ରକ୍ତ ସ୍ରାବ ହୋଇଥିଲା । ଏହିପରି ଖବର ପାଇ ପୀଡିତଙ୍କ ପିତା ଘଟଣାସ୍ଥଳରେ ପହଂଚିଥିଲେ । କିନ୍ତୁ ସେତେବେଳେ ଯୁବକ ମାନେ ୨ଟି ବାଇକରେ ସେଥିମଧ୍ୟରୁ ଗୋଟିଏ କଳାରଙ୍ଗର ବୁଲେଟ ( ଓଡି ୩୦ ଇ ୪୭୭୧) ଫେରାର ହୋଇଯାଇଥିଲେ । ପୀଡିତଙ୍କ ପିତା ତାଙ୍କ ପୁଅକୁ ଉଦ୍ଧାର କରିବା ସହ ଚିକିତ୍ସାଳୟକୁ ନେଇ ଚିକିତ୍ସା କରିବା ପରେ ସଦରଥାନାରେ ଲିଖିତ ଅଭିଯୋଗକ୍ରମେ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଆରମ୍ଭ କରିଥିବା ସଦର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି