ଖୋର୍ଦ୍ଧା, ୦୮ ସେପ୍ଟେମ୍ବର(ହି.ସ.) – ଖୋର୍ଦ୍ଧା ଉପକଣ୍ଠ ଶରଧାପୁର ସ୍ପୋର୍ଟସ ଆସୋସିଏସନ୍ ଆନୁକୂଲ୍ୟରେ ସ୍ଥାନୀୟ ଖେଳ ପଡ଼ିଆରେ ଶରଧାପୁର ଫୁଟବଲ୍ର ପ୍ରଥମ କ୍ୟୁଟାର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଆଜିର ଖେଳ ଠଣାପଲ୍ଲୀ କ୍ଲବ ଓ ମର୍ଣ୍ଣିଂ ଷ୍ଟାର ଖୋର୍ଦ୍ଧା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ତେବେ ଉଭୟ ଦଳ ନିର୍ଦ୍ଧାରିତ ସମୟରେ କେହି କାହାରିକୁ ଗୋଲ ଦେଇ ପାରିନଥିଲେ। ତେଣୁ ଟ୍ରାଇବେକରର ସହାୟତା ନିଆଯାଇଥିଲା। ତେବେ ଟ୍ରାଇବେକରରେ ଖୋର୍ଦ୍ଧା ଦଳ ଠଣାପଲ୍ଲୀକୁ ୫-୪ ଗୋଲରେ ହରାଇ ସେମିଫାଇନାଲକୁ ପ୍ରବେଶ କରିଛି। ଏହି ମ୍ୟାଚ୍ରେ ଅତିଥି ଭାବେ ସଂଘର ସଭାପତି ମହମ୍ମଦ ଜମିରୁଲ ରହେମନ, ପୂର୍ବତନ ସରପଂଚ ଲକ୍ଷ୍ମୀଧର ବଡ଼ଜେନା, ମୀନକେତନ ବଡ଼ଜେନା, ମହମ୍ମଦ ଫକିରୁଦ୍ଦିନ, ପୁରୁଖା ଫୁଟବଲ ଖେଳାଳୀ ମଙ୍ଗୁଳି ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଆଜିର ଖେଳକୁ ସାଗିର ଅହମ୍ମଦ ପରିଚାଳନା କରିଥିବାବେଳେ ଇଜାଜ ହୁସେନ, ଅମଜଦ ଖାଁ ଓ ସୌକତ ଅହମ୍ମଦ ତାଙ୍କୁ ଲାଇନ୍ରେ ସହାୟତା କରିଥିଲେ। ଆସନ୍ତାକାଲି ଦ୍ୱିତୀୟ କ୍ୟୁଟାର ଫାଇନାଲ ମ୍ୟାଚ୍ କ୍ୟୁଟାର ଫାଇନାଲ ମ୍ୟାଚ୍ରେ କେରଙ୍ଗ ସହିତ ପାଇକ ତିଗିରିଆ ମଧ୍ୟରେ ଅନୁଷ୍ଠିତ ହେବ ବୋଲି କ୍ଲବ ସମ୍ପାଦକ ଏସ୍ଇ ହୁଦା ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ରାକେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରାକେଶ