ଉତରାଖଣ୍ଡର ବିପଦଗ୍ରସ୍ତ ଅଂଚଳରେ କ୍ଷୟକ୍ଷତି ଆକଳନ କରିବାକୁ ପହଂଚିଲେ କେନ୍ଦ୍ରୀୟ ଟିମ୍‌
ଡେରାଡୁନ, ୦୮ ସେପ୍ଟେମ୍ବର(ହି.ସ.) – ଉତରାଖଣ୍ଡରେ ପ୍ରାକୃତିକ ବିପର୍ଯ୍ୟୟରେ ହୋଇଥିବା କ୍ଷତିର ଆକଳନ କରିବା ପାଇଁ ଏକ ଅନ୍ତର ମନ୍ତ୍ରାଳୟର କେନ୍ଦ୍ରୀୟ ଟିମ୍ ବିପର୍ଯ୍ୟୟ ପ୍ରଭାବିତ ଅଂଚଳକୁ ସୋମବାର ଦିନ ବାହାରିଛନ୍ତି। ଏହି ଟିମ୍ ଉତରକାଶୀ, ରୁଦ୍ରପ୍ରୟାଗ, ଚମୋଲୀ, ପୌଡ଼ି, ବାଗେଶ୍ୱର ଏବଂ ନୈନିତାଲର ଭ୍ର
ଉତରାଖଣ୍ଡର ବିପଦଗ୍ରସ୍ତ ଅଂଚଳରେ କ୍ଷୟକ୍ଷତି ଆକଳନ କରିବାକୁ ପହଂଚିଲେ କେନ୍ଦ୍ରୀୟ ଟିମ୍‌


ଡେରାଡୁନ, ୦୮ ସେପ୍ଟେମ୍ବର(ହି.ସ.) – ଉତରାଖଣ୍ଡରେ ପ୍ରାକୃତିକ ବିପର୍ଯ୍ୟୟରେ ହୋଇଥିବା କ୍ଷତିର ଆକଳନ କରିବା ପାଇଁ ଏକ ଅନ୍ତର ମନ୍ତ୍ରାଳୟର କେନ୍ଦ୍ରୀୟ ଟିମ୍ ବିପର୍ଯ୍ୟୟ ପ୍ରଭାବିତ ଅଂଚଳକୁ ସୋମବାର ଦିନ ବାହାରିଛନ୍ତି। ଏହି ଟିମ୍ ଉତରକାଶୀ, ରୁଦ୍ରପ୍ରୟାଗ, ଚମୋଲୀ, ପୌଡ଼ି, ବାଗେଶ୍ୱର ଏବଂ ନୈନିତାଲର ଭ୍ରମଣ କରି ନିଜ ରିପୋର୍ଟ ପ୍ରସ୍ତୁତ କରିବ। କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟର ସଂଯୁକ୍ତ ସଚିବ ଆର୍‌. ପ୍ରସନାଙ୍କ ନେତୃତ୍ୱରେ ଛଅ ସଦସ୍ୟ ବିଶିଷ୍ଟ ଟିମ୍‌ରେ ଅନୁସଚିବ ଶେର ବାହାଦୁର, ଅଧୀକ୍ଷଣ ଅଭିୟନ୍ତା ସୁଧିର କୁମାର, ଉପ ନିର୍ଦ୍ଦେଶକ ବିକାଶ ସଚାନ, ମୁଖ୍ୟ ଅଭିୟନ୍ତା ପଙ୍କଜ ସିଂହ ଏବଂ ନିର୍ଦ୍ଦେଶକ ଡା. ବୀରେନ୍ଦ୍ର ସିଂହ ସାମିଲ୍ ଅଛନ୍ତି। ଅନ୍ତର ମନ୍ତ୍ରାଳୟ କେନ୍ଦ୍ରୀୟ ଟିମ୍ ଆଜି ବିଭିନ୍ନ ଜନବସତିରେ ବିପର୍ଯ୍ୟୟରେ ହୋଇଥିବା କ୍ଷତିର ଆକଳନ ଏବଂ ଜାୟଜା ନେବା ପାଇଁ ଡେରାଡୁନରୁ ପ୍ରସ୍ଥାନ କରିଛି। ଏହା ପୂର୍ବରୁ ସକାଳେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ରରେ ବିପର୍ଯ୍ୟୟ ପ୍ରବନ୍ଧନ ଏବଂ ପୁନର୍ବାସ ବିଭାଗର ସଚିବ ବିନୋଦ କୁମାର ସୁମନ ଏକ ବୈଠକ ସମୟରେ ଟିମ୍‌କୁ ବିପର୍ଯ୍ୟୟରେ ହୋଇଥିବା କ୍ଷତି ବିଷୟରେ ଏକ ରିପୋର୍ଟ ଦେଇଛନ୍ତି। ସଚିବ ସୁମନ ଟିମ୍‌କୁ କହିଛନ୍ତି ଯେ ଏହି ବର୍ଷ ଏବେପର୍ଯ୍ୟନ୍ତ ୫୭୪ ମି.ମି. ବର୍ଷା ହୋଇଛି, ଯାହା ଗତ କିଛି ବର୍ଷ ମଧ୍ୟରେ ସର୍ବାଧିକ ଅଟେ। ବର୍ଷା ଅଧିକ ହେବା କାରଣରୁ କ୍ଷୟକ୍ଷତି ମଧ୍ୟ ଅଧିକ ହୋଇଛି। ବର୍ଷାରେ ହୋଇଥିବା କ୍ଷତିର ପୂର୍ବ ଏବଂ ଭବିଷ୍ୟତରେ ଅବସ୍ଥାପନା ସଂରଚନାକୁ ସମ୍ଭାବିତ କ୍ଷତିରୁ ବଂଚାଇବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ୫୭୦୨.୧୫ କୋଟି ଟଙ୍କାର ବିଶେଷ ସହାୟତା ଦେବାକୁ ଅନୁରୋଧ କରାଯାଇଛି। ଏହି ସମ୍ବନ୍ଧରେ ରିପୋର୍ଟ ମଧ୍ୟ ପଠାଯାଇଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande