ଏବିଭିପିର ଦୀର୍ଘ ଦିନର ଆନ୍ଦୋଳନ ସଫଳ ହୋଇଛି: ଏବିଭିପି
ଭୁବନେଶ୍ୱର, ୦୮ ସେପ୍ଟେମ୍ବର (ହି.ସ.)- ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରୁ ଅଣଛାତ୍ରଙ୍କୁ ବିତାତିଡ କରାଯିବା କୁ ଏବତଭତପତ ସ୍ୱାଗତ କରିଛି। ରାଜ୍ୟ ସମ୍ପାଦକ ଦୀପ୍ତିମୟୀ ପ୍ରତିହାରୀ କହିଛନ୍ତି ଏବିଭିପିର ଦୀର୍ଘ ଦିନର ଆନ୍ଦୋଳନ ସଫଳ ହୋଇଛି। ଦୀର୍ଘ ଦିନରୁ ବେଆଇନ୍ ଭାବେ ରହି ଆସୁଥିବା ଅଣଛାତ୍ର ଉତ୍କଳ ବି
ଏବିଭିପିର ଦୀର୍ଘ ଦିନର ଆନ୍ଦୋଳନ ସଫଳ ହୋଇଛି: ଏବିଭିପି


ଭୁବନେଶ୍ୱର, ୦୮ ସେପ୍ଟେମ୍ବର (ହି.ସ.)- ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରୁ ଅଣଛାତ୍ରଙ୍କୁ ବିତାତିଡ କରାଯିବା କୁ ଏବତଭତପତ ସ୍ୱାଗତ କରିଛି। ରାଜ୍ୟ ସମ୍ପାଦକ ଦୀପ୍ତିମୟୀ ପ୍ରତିହାରୀ କହିଛନ୍ତି ଏବିଭିପିର ଦୀର୍ଘ ଦିନର ଆନ୍ଦୋଳନ ସଫଳ ହୋଇଛି। ଦୀର୍ଘ ଦିନରୁ ବେଆଇନ୍ ଭାବେ ରହି ଆସୁଥିବା ଅଣଛାତ୍ର ଉତ୍କଳ ବିଶ୍ୱବିଦ୍ୟାଳୟରୁ ବିତାଡିତ ହୋଇଛନ୍ତି। ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ। ସେହିପରି ଏବିଭିପି କର୍ମକର୍ତା ବିଶ୍ୱଜିତ୍ ପାତ୍ର କହିଛନ୍ତି ପରବର୍ତୀ ସମୟରେ ଏପରି ଘଟଣା ପୁନରାବୃତି ନହେବା ପାଇଁ ବିଶ୍ୱବିଦ୍ୟାଳୟ ପ୍ରଶାସନ ଓ ସରକାର ସଚେତନ ଓ ସତର୍କ ରହିବା ଦରକାର। ଉତ୍କଳ ବିଶ୍ୱବିଦ୍ୟାଳୟ ପରିସର ଭିତରେ ଅବୈଧ ଭାବେ ବସତି ସ୍ଥାପନ କରିଥିବା ବସ୍ତିବାସୀଙ୍କୁ ମଧ୍ୟ ଉଚ୍ଛେଦ କରାଯାଉ ବୋଲି ସେ ଦାବି କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande