ପୁରୀ, ୮ ସେପ୍ଟେମ୍ବର (ହି.ସ.) - ସୁରଜମଲ ସାହା କଲେଜକୁ ୫ ଏକର ଜମି ସରକାର ପ୍ରଦାନ କରିବା ପାଇଁ ସୋମବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୪ଟି ଦାବି ମଧ୍ୟରୁ କେବଳ କଲେଜକୁ ବସ ସେବା ଜିଲ୍ଲାପାଳ ଯୋଗାଇ ଦେଇଥିବାରୁ ଧନ୍ୟବାଦ ଦେଇଥିଲେ । ଅନ୍ୟ ତିନୋଟି ମୁଖ୍ୟ ଦାବି ପୂରଣ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । କଲେଜକୁ ୫ ଏକର ଜମି ଯୋଗାଇବା, କଲେଜ ସମ୍ମୁଖରେ ଜାତୀୟ ରାଜପଥକୁ ସମ୍ପ୍ରସାରଣ କରାଇବା, ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଘୋଷଣା କରିଥିବା କଲେଜ ଉନ୍ନୟନ ଅନୁଦାନ ତୁରନ୍ତ ପ୍ରଦାନ କରିବା ପାଇଁ ଦାବି କରିଥିଲେ। ୫୦ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ବିକ୍ଷୋଭରେ ଯୋଗ ଦେଇଥିଲେ । ଚନ୍ଦନ ସାହୁ, ସୀମା ପରିଡା, କିଶୋରୀ ପରିଡା, ସିଦ୍ଧାନ୍ତ ରାଉତ, ସରୋଜ ବେହେରା, ଶିବ ପ୍ରସାଦ ଦ୍ୱିବେଦୀ,ସାଇ ନାରାୟଣ ମିଶ୍ର, ନିରଞ୍ଜନ ସାହୁ, ରାକେଶ ସାହୁଙ୍କ ସମେତ ଅନ୍ୟ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ