ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ଶିଶୁ ସାହିତ୍ୟ ପୁରସ୍କାର ଘୋଷଣା : ୧୦ରେ ଜୟନ୍ତୀ ଉତ୍ସବ
ଧର୍ମଶାଳା,୮ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଗୋକର୍ଣ୍ଣିକା ସାହିତ୍ୟ ସମାଜ ମିଳିତ ଆନୁକୂଲ୍ୟରେ ଓଡ଼ିଶାର ବିଶିଷ୍ଟ ଶିଶୁ ସାହିତ୍ୟ ସ୍ରଷ୍ଟା ଉତ୍କଳଚନ୍ଦ୍ର ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀଙ୍କ ୧୨୩ତମ ଜୟନ୍ତୀ ଆସନ୍ତା ୧୦ ତାରିଖ ଦିନ ଜାରକା ହାଇସ୍କୁଲ ସ୍ଥିତ ଧର୍ମଶାଳା ପାଠ
ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ଶିଶୁ ସାହିତ୍ୟ ପୁରସ୍କାର ଘୋଷଣା : ୧୦ରେ ଜୟନ୍ତୀ ଉତ୍ସବ


ଧର୍ମଶାଳା,୮ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଗୋକର୍ଣ୍ଣିକା ସାହିତ୍ୟ ସମାଜ ମିଳିତ ଆନୁକୂଲ୍ୟରେ ଓଡ଼ିଶାର ବିଶିଷ୍ଟ ଶିଶୁ ସାହିତ୍ୟ ସ୍ରଷ୍ଟା ଉତ୍କଳଚନ୍ଦ୍ର ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀଙ୍କ ୧୨୩ତମ ଜୟନ୍ତୀ ଆସନ୍ତା ୧୦ ତାରିଖ ଦିନ ଜାରକା ହାଇସ୍କୁଲ ସ୍ଥିତ ଧର୍ମଶାଳା ପାଠାଗାରରେ ଅନୁଷ୍ଠିତ ହେବ । ଉତ୍ସବ ଅବସରରେ ଚଳିତବର୍ଷର ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ଶିଶୁ ସାହିତ୍ୟ ପୁରସ୍କାର ଦକ୍ଷିଣାଂଚଳ ପୂର୍ବତନ ଆର୍‌.ଡି.ସି ତଥା ଶିଶୁ ସାହିତ୍ୟ ସ୍ରଷ୍ଟା ମହେନ୍ଦ୍ର କୁମାର ମଲ୍ଲିକଙ୍କୁ ଓ ଶିଶୁ ସାହିତ୍ୟ ସମ୍ମାନ ଶ୍ରୀମତୀ ସାରଥୀ ମହାପାତ୍ରଙ୍କୁ ପ୍ରଦାନ କରାଯିବ । ଏତଦ୍ ବ୍ୟତୀତ ଗୋକର୍ଣ୍ଣିକା ସୁବକ୍ତା ସମ୍ମାନ ଅବସରପ୍ରାପ୍ତ ପ୍ରାପ୍ତ ପ୍ରାଧ୍ୟାପକ ଶିବ ଚରଣ ମାଝୀ, ଗୋକର୍ଣ୍ଣିକା ଗଳ୍ପ ସମ୍ମାନ ଡକ୍ଟର ସଚ୍ଚିଦାନନ୍ଦ କର, ଗୋକର୍ଣ୍ଣିକା ପାଠକ ସମ୍ମାନ ସୁନାକର ସାହୁ, ଗୋକର୍ଣ୍ଣିକା ସଂଗଠନ ସମ୍ମାନ ଅଜୟ କୁମାର ବଳ, ଗୋକର୍ଣ୍ଣିକା ବ୍ୟଙ୍ଗକବି ସମ୍ମାନ ବାଇଧର ମାଝୀଙ୍କୁ ପ୍ରଦାନ କରାଯିବ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିଶୁ ସାହିତ୍ୟ ସ୍ରଷ୍ଟା ଦାଶ ବେନହୁର, ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା, ମୁଖ୍ୟବକ୍ତା ଭାବେ ରଜନୀକାନ୍ତ ପୃଷ୍ଟି ଯୋଗ ଦେବେ ବୋଲି ସଭାପତି ଡକ୍ଟର ରମାକାନ୍ତ ଜେନା ଓ ସଂପାଦକ ଡକ୍ଟର ଇନ୍ଦୁପ୍ରଭା ସାମଲ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande