ହାଜି ରହିମଆଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆର୍ନ୍ତଜାତୀୟ ସ୍ୱାକ୍ଷରତା ଦିବସ (ଉଲ୍ଲାସ)ପାଳିତ
ଧର୍ମଶାଳା,୮ସେପ୍ଟେମ୍ବର(ହି.ସ.) - ବ୍ଲକ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ) ରସୁଲପୁର ବ୍ଲକରେ ଆରମ୍ଭ ହୋଇଛି । ଯାଜପୁର ଜିଲା ରସୁଲପୁର ବ୍ଲକ ମଣ୍ଡଳ ନୋଡାଲ ଅଫିସର ଡ. ପ୍ରଭଞ୍ଜନ ପତିଙ୍କ ତତ୍ୱବଧାନରେ ଏହି କାର୍ଯକ୍ରମ ଆରମ୍ଭ ହୋଇଛି । ଆଜି ବ୍ରହ୍ମବରଦା ପଂଚାୟତସ୍ଥ ହାଜି ରହିମିଆଁ ସର
ହାଜି ରହିମଆଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆର୍ନ୍ତଜାତୀୟ ସ୍ୱାକ୍ଷରତା ଦିବସ (ଉଲ୍ଲାସ)ପାଳିତ


ଧର୍ମଶାଳା,୮ସେପ୍ଟେମ୍ବର(ହି.ସ.) - ବ୍ଲକ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ) ରସୁଲପୁର ବ୍ଲକରେ ଆରମ୍ଭ ହୋଇଛି । ଯାଜପୁର ଜିଲା ରସୁଲପୁର ବ୍ଲକ ମଣ୍ଡଳ ନୋଡାଲ ଅଫିସର ଡ. ପ୍ରଭଞ୍ଜନ ପତିଙ୍କ ତତ୍ୱବଧାନରେ ଏହି କାର୍ଯକ୍ରମ ଆରମ୍ଭ ହୋଇଛି । ଆଜି ବ୍ରହ୍ମବରଦା ପଂଚାୟତସ୍ଥ ହାଜି ରହିମିଆଁ ସରକାରୀ ଉଚ୍ଚ ବିଧ୍ୟାଳୟ ପରିସରରେ ପ୍ରଭାତ ଫେରି ଓ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ଧରି ଏକ ଶୋଭାଯାତ୍ରାରେ ବିଭିିନ୍ନ ଅଂଚଳ ପରିକ୍ରମା କରି ଏହି ଉଲ୍ଲାସ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନତା କରାଇଥିଲେ । ୧୫ ବର୍ଷରୁ ଉର୍ଦ୍ଧ ବୟସର ଅଣସ୍ୱାକ୍ଷରଙ୍କୁ ସ୍ୱାକ୍ଷର କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ନୋଡାଲ ଅଫିସର ଡ. ପ୍ରଭଞ୍ଜନ ପତି ତାଙ୍କ ବକ୍ତବ୍ୟରେ ମତ ପ୍ରକାଶ କରିଥିଲେ । ୨୦୧୧ ମସିହାରେ ଭାରତ ସରକାରଙ୍କ ସର୍ଭେ ମୁତାବକ ଜିଲାରେ ୨ଲକ୍ଷ ୯୬ ହଜାର ୫୦୮ଜଣ ଅଣ ସ୍ୱାକ୍ଷର ଥିବା ଜଣାପଡିବାପରେ ସରକାର ଏହି ଉଲ୍ଲାସ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ପାଠ ପଢିବା ପାଇଁ ଘରେ,ସ୍ଥାନୀୟ ଅଙ୍ଗନବାଡି ଓ ବିଭିନ୍ନ କ୍ଲବରେ ବ୍ୟବସ୍ଥା କରିଛନ୍ତି । ଏବଂ ସେମାନଙ୍କୁ ପାଠ ପଢିବା ପାଇଁ ରସୁଲପୁର ବ୍ଲକରେ ୩୦୮ଜଣ ଶିକ୍ଷକଙ୍କୁ ନିଯୁକ୍ତି କରାଯାଇଛି । ପରେ ସେମାନେ ଅନ ଲାଇନ ମାଧ୍ୟମରେ ପରୀକ୍ଷା ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଥିବା ବେଳେ ପର୍ଯ୍ୟାୟ କ୍ରମରେ ଏହି ଉଲ୍ଲାସ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ରସୁଲପୁର ବ୍ଲକ ନୋଡାଲ ଅଫିସର ଶ୍ରୀ ପତି ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋରଂଜନ ବିଶ୍ୱାଳ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅନୱର ଖାଁନ,କମିଟି ସଦସ୍ୟ ପ୍ରଦୀପ ଦାସ,ଅମୂଲ୍ୟ ରାଉତଙ୍କ ସମେତ ସମସ୍ତ ଶିକ୍ଷାକର୍ମଚାରୀ ଓ ସ୍ଥାନୀୟ ମୁରବୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande