ଭୁବନେଶ୍ୱର,୦୯ ସେପ୍ଟେମ୍ବର (ହି.ସ)- ନବନିର୍ବାଚିତ ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ୍ ଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି।
ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ନବନିର୍ବାଚିତ ଉପରାଷ୍ଟ୍ରପତି ଶ୍ରୀ ସି. ପି. ରାଧାକୃଷ୍ଣନ୍ ଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆପଣଙ୍କର ଗଭୀର ପ୍ରଶାସନିକ ଅଭିଜ୍ଞତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଗଭୀର ପ୍ରତିବଦ୍ଧତା ସଂସଦ ତଥା ଦେଶର ମର୍ଯ୍ୟାଦା ଓ ଗରିମାକୁ ବୃଦ୍ଧି କରିବ। ଏହି ମର୍ଯ୍ୟାଦାପୂର୍ଣ୍ଣ ପଦବୀରେ ଦେଶର ସେବା କରିବା ନିମନ୍ତେ ନିର୍ବାଚିତ ହୋଇଥିବାରୁ ଆପଣଙ୍କୁ ଅନେକ ଅନେକ ଶୁଭକାମନା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା