ଶିମୋଗା, ୦୯ ସେପ୍ଟେମ୍ବର(ହି.ସ.) – କର୍ଣ୍ଣାଟକ ରାଜ୍ୟର ଶିବମୋଗା ଜିଲ୍ଲାର ଭଦ୍ରାବତୀ ନଗରରେ ଇଦ୍ ଏ ମିଲାଦର ଜୁଲୁସ୍ ସମୟରେ ପାକିସ୍ତାନ ସମର୍ଥକ ସ୍ଲୋଗାନ ଦେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନ୍ୟୁ ଟାଉନ୍ ପୋଲିସ୍ ସ୍ୱତଃ ସଂଜ୍ଞାନ ନେଇ ମାମଲା ରୁଜୁ କରିଛି। ପୋଲିସ୍ ଭିଡିଓକୁ ଫୋରେନ୍ସିଂ ଲୈବ ପଠାଇଛି।
ତେବେ ଏହି ଭାଇରାଲ ଭିଡିଓରେ ସୋମବାର ରାତି ଇଦ ମିଲାଦର ଜୁଲୁସ ସମୟରେ ଆମ୍ବେଦକର ସର୍କିଲରେ କିଛି ଯୁବକ ପାକିସ୍ତାନ ଜିନ୍ଦାବାଦ ପରି ସ୍ଲୋଗାନ ଦେବା ଦେଖନ୍ତି। ଏହି ଭିଡିଓର ସତ୍ୟତା ଆମ ମିଡିୟା ଗ୍ରୁପ କରେନାହିଁ। ଏହି ଭିଡିଓ ଭାଇରାଲ ହେବାପରେ ନ୍ୟୁଟାଉନ୍ ପୋଲିସ୍ ସ୍ୱତଃ ସଂଜ୍ଞାନ ନେଇ ଅଜ୍ଞାତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି।
ଏହି ସମ୍ବନ୍ଧରେ ଶିବମୋଗ୍ଗାର ପୋଲିସ୍ ଅଧିକ୍ଷକ ଜିକେ ମିଥୁନ କୁମାର ମଙ୍ଗଳବାର ଦିନ କହିଛନ୍ତି ଯେ, ସୋସିଆଲ ମିଡିଆରେ ୧୨ ସେକେଣ୍ଡର ଏକ ଭିଡିଓ ଭାଇରାଲ୍ ହୋଇଛି। ଏହି ମାମଲାକୁ ଗମ୍ଭୀରତାର ସହିତ ନେଇଛି ଏବଂ ମାମଲା ରୁଜୁ କରାଯାଇଛି। ସେ କହିଛନ୍ତି ଯେ ଭିଡିଓକୁ ଫୋରେଂସିକ୍ ବିଜ୍ଞାନ ପ୍ରୟୋଗଶାଳା ପଠାଇ ଦିଆଯାଇଛି। ମାମଲାର ଯାଂଚ ପାଇଁ ତିନି ନିରୀକ୍ଷକଙ୍କ ନେତୃତ୍ୱରେ ତିନି ଟିମ୍ ଗଠିତ କରାଯାଇଛି। ଅଭିଯୁକ୍ତଙ୍କ ପରିଚୟ ପାଇଁ ଯାଂଚ ଚାଲୁରହିଛି। ସେ କହିଛନ୍ତି ଯେ ଜୁଲୁସ୍ର ଆଧିକାରିକ ଭିଡିଓ ରେକର୍ଡ଼ିଂର ମଧ୍ୟ ସମୀକ୍ଷା କରାଯାଉଛି। ଏହି ମାମଲାରେ ଦାୟୀ ଲୋକଙ୍କ ବିରୋଧରେ ଆଇନ୍ତଃ କାର୍ଯ୍ୟାନୁଷ୍ଠାନ କରାଯିବ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି