ଦେଶି ମଦ ଚାଲାଣ ବେଲେ ଚଢଉ, ୨ ଗିରଫ, ମୁଳାସର ଜଙ୍ଗଲରେ ଚଢଉ
ଜୟପୁର, ୯ ସେପ୍ଟେମ୍ବର (ହି.ସ.)- ଦେଶି ଓ ବିଦେଶି ମଦ ଚାଲାଣ ବେଳେ ଚଢଉ କରିବା ସହ ମଦ ପ୍ରସ୍ତୁତି ସମୟରେ ଚଢଉ କରିଛି ଜୟପୁର ଅବକାରି ଥାନା । ସୂଚନା ଅନୁଯାଇ ବିଦେଶି ମଦ ଚାଲାଣ ବେଳେ ଝିଲିମିଲିଗୁଡା ରାସ୍ତାରେ ଚଢଉ କରି ଅଭିଯୁକ୍ତ ସୁନାଧର ଗାଦବାକୁ ଗିରଫ କରି ତା ଠାରୁ ୭ ଲିଟର ବିଦେଶି ମଦ ଜବତ କରିଛି
ଦେଶି ମଦ ଚାଲାଣ ବେଲେ ଚଢାଉ, ୨ ଗିରଫ, ମୁଳାସର ଜଙ୍ଗଲରେ ଚଢାଉ


ଦେଶି ମଦ ଚାଲାଣ ବେଲେ ଚଢାଉ, ୨ ଗିରଫ, ମୁଳାସର ଜଙ୍ଗଲରେ ଚଢାଉ


ଜୟପୁର, ୯ ସେପ୍ଟେମ୍ବର (ହି.ସ.)- ଦେଶି ଓ ବିଦେଶି ମଦ ଚାଲାଣ ବେଳେ ଚଢଉ କରିବା ସହ ମଦ ପ୍ରସ୍ତୁତି ସମୟରେ ଚଢଉ କରିଛି ଜୟପୁର ଅବକାରି ଥାନା । ସୂଚନା ଅନୁଯାଇ ବିଦେଶି ମଦ ଚାଲାଣ ବେଳେ ଝିଲିମିଲିଗୁଡା ରାସ୍ତାରେ ଚଢଉ କରି ଅଭିଯୁକ୍ତ ସୁନାଧର ଗାଦବାକୁ ଗିରଫ କରି ତା ଠାରୁ ୭ ଲିଟର ବିଦେଶି ମଦ ଜବତ କରିଛି । ସେହିପରି ମୁଳାସର ଗ୍ରାମ ରାସ୍ତାରେ ଚଢଉ କରି ବାପି ହରିଜନ ଠାରୁ ୭୦ ଲିଟର ଦେଶି ମଦ ଜବତ କରି ଅଭିଯୁକ୍ତକୁ ଗିରଫ କରଛି । ସେହିପରି ଦେଶି ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୂଚନା ପାଇ ଜୟପୁର ଅବକାରି ଥାନା ମୁଳାସର ଜଙ୍ଗଲରେ ଚଢଉ କରିଛି । ଚଢଉ ସୂଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଅବକାରି ବିଭାଗ ବହୁ ମଦ ଭାଟି ଭାଙ୍ଗିବା ସହ ୪ ହଜାର ୫ ଶହ ଲିଟର ପୋଚ ଓ ୨୫୦ ଲିଟର ଦେଶି ମଦ ଜବତ କରି ନଷ୍ଟ କରିଛି । ମଦ ରନ୍ଧା ସରଞ୍ଜାମ ଡ୍ରମ ଆଦିକୁ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବିଷୟ ଜୟପୁର ଅବକରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande