ଫ୍ଲାଏ ଆସ୍ ରୁ ବାହାରିବ ବାଲି
ଭୁବନେଶ୍ୱର, ୦୯ ସେପ୍ଟେମ୍ବର (ହି.ସ)- ଫ୍ଲାଏ ଆସ୍ ରୁ ବାହାରିବ ବାଲି। ଏଣିକି କମ୍ ଖର୍ଚ୍ଚରେ ଘର କରିପାରିବେ ଲୋକେ।ବାଲି ଅଭାବ ଓ ଏହାର ମହଙ୍ଗା ମାଡ଼ ଯୋଗୁଁ ଏହାର ବିକଳ୍ପ ଭାବେ ଫ୍ଲାଏ ଆସ୍ ରୁ ବାଲି ବାହାର କରିବାକୁ ନିଷ୍ପତି ହୋଇଛି। ଫଳରେ କମ୍ ଦାମରେ ବାଲି ମିଳିବା ସହ ନିର୍ମାଣର ସ୍ଥାୟିତ୍ୱ ବଢ଼ିବ ।
ଫ୍ଲାଏ ଆସ୍ ରୁ ବାହାରିବ ବାଲି


ଭୁବନେଶ୍ୱର, ୦୯ ସେପ୍ଟେମ୍ବର (ହି.ସ)- ଫ୍ଲାଏ ଆସ୍ ରୁ ବାହାରିବ ବାଲି। ଏଣିକି କମ୍ ଖର୍ଚ୍ଚରେ ଘର କରିପାରିବେ ଲୋକେ।ବାଲି ଅଭାବ ଓ ଏହାର ମହଙ୍ଗା ମାଡ଼ ଯୋଗୁଁ ଏହାର ବିକଳ୍ପ ଭାବେ ଫ୍ଲାଏ ଆସ୍ ରୁ ବାଲି ବାହାର କରିବାକୁ ନିଷ୍ପତି ହୋଇଛି। ଫଳରେ କମ୍ ଦାମରେ ବାଲି ମିଳିବା ସହ ନିର୍ମାଣର ସ୍ଥାୟିତ୍ୱ ବଢ଼ିବ । ଏନେଇ ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଫ୍ଲାଏ ଆସ୍ ବାଲି ପ୍ରଥମେ ସବୁ ସରକାରୀ ନିର୍ମାଣ କାମରେ ଲାଗିବ। ବାଲିକୁ ନେଇ ରହିଥିବା ଏହି ସବୁ ସମସ୍ୟାର ସମାଧାନ ପାଇଁ ପୂର୍ତ ବିଭାଗ ଏକ ବିକଳ୍ପ ଚିନ୍ତା କରିଛି। ଏଣିକି ବିଭିନ୍ନ କାରଖାନାରୁ ବାହାରୁଥିବା ଫ୍ଲାଏ ଆସ୍ ବା ପାଉଁଶରୁ ବାଲି ତିଆରି ପାଇଁ ଯୋଜନା ହୋଇଛି । ଏଥିପାଇଁ ଆଗକୁ ଆସିଛି ଆଇଆଇଟି ଭୁବନେଶ୍ୱର । ଆଇଆଇଟି ଭୁବନେଶ୍ୱର ଓ ପୂର୍ତ ବିଭାଗ ମିଳିତ ଭାବେ ଗବେଷଣା ଚଳାଇଛନ୍ତି । ଏହି ଗବେଷଣା ସଫଳ ବି ହୋଇଛି । ଫ୍ଲାଏ ଆସ୍ ରୁ ଜିଓ ପଲିମର ବେସଡ୍ ସ୍ୟାଣ୍ଡ ବା ବାଲି ପ୍ରସ୍ତୁତ ହେବ। ଇଣ୍ଡିଆନ୍ ରୋଡସ୍ କଂଗ୍ରେସରେ ଉପସ୍ଥାପନ ପରେ ଏହାକୁ ବ୍ୟବହାର କରାଯିବ ବୋଲି କହିଛନ୍ତି ପୂର୍ତ ମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande