ଦକ୍ଷିଣ ଜୟପୁର ଦୁର୍ଗାପୂଜା କମିଟିର ବୈଠକ, ନୂତନ କର୍ମକର୍ତ୍ତା ଚୟନ
ଜୟପୁର, ୯ ସେପ୍ଟେମ୍ବର (ହି.ସ.)- କୋରାପୁଟ ଜିଲ୍ଲା ଜୟପୁର ସହରର ଅନ୍ୟତମ ପୁରାତନ ଦକ୍ଷିଣ ଜୟପୁର ଦୁର୍ଗାପୂଜା କମିଟିର ଏକ ବୈଠକ ଗତ ସୋମବାର ପୂଜା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରୁ ଗତବର୍ଷ ଦୁର୍ଗାପୂଜା ଆୟୋଜନର ଖର୍ଚ୍ଚ ନେଇ ସମସ୍ତ ତଥ୍ୟ ପୁରାତନ କମିଟି ପ୍ରଦାନ କରିଥିଲେ । ଏହାପରେ ନୂ
ଦକ୍ଷିଣ ଜୟପୁର ଦୁର୍ଗାପୂଜା କମିଟିର ବୈଠକ, ନୂତନ କର୍ମକର୍ତ୍ତା ଚୟନ


ଜୟପୁର, ୯ ସେପ୍ଟେମ୍ବର (ହି.ସ.)- କୋରାପୁଟ ଜିଲ୍ଲା ଜୟପୁର ସହରର ଅନ୍ୟତମ ପୁରାତନ ଦକ୍ଷିଣ ଜୟପୁର ଦୁର୍ଗାପୂଜା କମିଟିର ଏକ ବୈଠକ ଗତ ସୋମବାର ପୂଜା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରୁ ଗତବର୍ଷ ଦୁର୍ଗାପୂଜା ଆୟୋଜନର ଖର୍ଚ୍ଚ ନେଇ ସମସ୍ତ ତଥ୍ୟ ପୁରାତନ କମିଟି ପ୍ରଦାନ କରିଥିଲେ । ଏହାପରେ ନୂତନ କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବେ ପୂର୍ବତନ କାଉନସିଲର ଆଶୁତୋଷ ସାନ୍ତ୍ରାପାତ୍ର, ସମ୍ପାଦକ ପ୍ରତିଷ ପଟ୍ଟନାୟକ, କୋଷାଧ୍ୟକ୍ଷ ଅନିଲ କୁମାର ମହାପାତ୍ର, ଉପସଭାପତି ରାଜେନ୍ଦ୍ର ପାଣିଗ୍ରାହୀ, ଉପ କୋଷାଧ୍ୟକ୍ଷ ଅମିତ ପଟ୍ଟନାୟକ ଏବଂ ସହ ସମ୍ପାଦକ ସମିତ ପଟ୍ଟନାୟକଙ୍କ ଉପସ୍ଥିତ ପୂଜାକମିଟିର ସଦସ୍ୟ ମାନେ ମନୋନୀତ କରିଥିଲେ ।

ଏହି ଅବସରରେ କମିଟିର ବରିଷ୍ଠ ସଦସ୍ୟ ସଦାଶିବ ମିଶ୍ର, ପ୍ରମୋଦ ମାଝି, ଉମାଚରଣ ମହାପାତ୍ର, ବିନୋଦିନୀ ସାନ୍ତ୍ରାପାତ୍ର, ମନୋଜ ପାଢୀ. ରାମପ୍ରସାଦ ଗନ୍ତାୟତ, ଜ୍ୟୋତରଞ୍ଜନ ମହାପାତ୍ର, ବିଭୂ ପ୍ରସାଦ ପଣ୍ଡା, ଦାମଦୋର ପଣ୍ଡା, ବଲ୍ଲଭ ନାରାୟଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande