
ଜୟପୁର, ୧୧ ଜାନୁଆରୀ (ହି.ସ.)- ଜୟପୁର ସହରରେ ବିକଟାଳ ଶବ୍ଦ କରୁଥିବା ବୁଲେଟକୁ ଜବତ କରିଛି ଟାଉନ ପୋଲିସ । ମୋଡି ଫାଇ ସାଇଲେନ୍ସର ଲଗାଇଥିବା ବୁଲେଟକୁ ଜବତ କରିଛି । ଏମାନେ ବିକଟାଳ ଶବ୍ଦ ସୃଷ୍ଟି କରି ଲୋକଙ୍କୁ ହଇରାଣ କରୁଥିଲେ। ସହରର ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ସେମାନଙ୍କୁ ଚିହ୍ନଟ କରାଯାଇ ୨୫ଟି ମୋଡି ଫାଇ ସାଇଲେନ୍ସର ଜବତ ହୋଇଛି । ବୁଲେଟ ମାଲିକ ମାନେ କମ୍ପାନି ଦେଇଥିବା ସାଇଲେନ୍ସରକୁ ଲଗାଇ ଥିଲେ । ପରେ ଟାଉନ ପୋଲିସ ତରଫରୁ ଜୋରିମାନା ଆଦାୟ କରାଯାଇ ବୁଲଟେକୁ ଛଡାଯାଇଛି । ଆଗାମୀ ଦିନରେ ମଧ୍ୟ ଏପରି ଚଢଉ ଜୋରସୋରରେ ହେବ ବୋଲି ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି