


ବଲାଙ୍ଗିର, 11 ଜାନୁଆରି (ହି.ସ.)
ଆଜି ତ୍ରୟୋବିଂଶତମ ବଲାଙ୍ଗିର ଉପଖଣ୍ଡ ସ୍ତରୀୟ ଲୋକ ମହୋତ୍ସବ ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଯାଇଛି । ଉପଜିଲ୍ଲାପାଳ ତଥା ଅଧ୍ୟକ୍ଷ, ବଲାଙ୍ଗିର ଉପଖଣ୍ଡସ୍ତରୀୟ ଲୋକ ଉତ୍ସବ ସମିତି, ଆଲୋକ କୁମାର ପଟେଲଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସମ୍ମାନିତ ଅତିଥି ଭାବେ ଜଗଦାନନ୍ଦ ଛୁରିଆ, ବାଲମକୁନ୍ଦ ବେହେରା, ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ, ପ୍ରଧାନଶିକ୍ଷକ ନରେନ୍ଦ୍ରନାଥ ମିଶ୍ର ପ୍ରମୁଖ ମଂଚାସୀନ ଥିଲେ । ଏହି ଉପଖଣ୍ଡସ୍ତରୀୟ ଉତ୍ସବରେ ଲୋକନୃତ୍ୟ, ଲୋକ ବାଦ୍ୟ, ଲୋକ ସଙ୍ଗୀତ, ଲୋକ ନାଟକ ତଥା ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଙ୍ଗୀତ ବିଶାରଦ ଗୁରୁ ରବୀନ୍ଦ୍ର କୁମାର ଜେନା, ଲୋକଧର୍ମୀ ପ୍ରଦର୍ଶନ କଳା ଗୁରୁ ସୁମନ ବନଛୋରଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ବ୍ରହ୍ମାନନ୍ଦ ବନଛୋର, କାଳି ପ୍ରସାଦ ଷଡଙ୍ଗି, ଘାସିରାମ ମିଶ୍ର, ମୁରଲିଧର ପତି, ଜୟକୃଷ୍ଣ ମିଶ୍ର, ପ୍ରଶାନ୍ତ ମହାକୁର, ଅନୁପ୍ରିୟା ମିଶ୍ର, ଦୀପକ ବରାଳ, ବସୁଦେବ ମେହେର, ସନାତନ ଠାକୁର, ବ୍ୟାସଦେବ ପୁରୋହିତ ପ୍ରମୁଖ ଯୋଗଦାନ କରିଥିଲେ । ଏହା ସହ ବଲାଙ୍ଗିର ଉପଖଣ୍ଡର ବିଭିନ୍ନ ବ୍ଲକର କଳାକାର, ବରିଷ୍ଠ ନାଗରିକ, ସରକାରୀ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥି ପରିଚୟ ଡେପୁଟି କଲେକ୍ଟର ନେସଲା ପାତ୍ର ପ୍ରଦାନ କରିଥିବା ବେଳେ ଡେପୁଟି କଲେକ୍ଟର ସତ୍ୟଜିତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ସଂଗୀତା ଦାସ, ମଧୁ ସୁଦନ ନାୟକ ଓ ଜ୍ୟୋତି ପ୍ରକାଶ ସାହୁ ସଭା ସଂଯୋଜନା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ । ବଲାଙ୍ଗିର ଉପଖଣ୍ଡ ସ୍ତରୀୟ ଲୋକ ମହୋତ୍ସବ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ