ବାୟୁ ପ୍ରଦୂଷଣ ଦୂର କରିବାରେ ବରିଷ୍ଠଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ଭଦ୍ରକ, ୧୧ ଜାନୁଆରୀ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବରିଷ୍ଠନାଗରିକ ସଂଘର ବୈଠଳ ସୋମନାଥ ପାଢ଼ୀଙ୍କ ସଭା ପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସାମ୍ପ୍ରତିକ ପରିସ୍ଥିତିରେ ପରିବେଶ ପ୍ରଦୂଷଣ ଚରମସୀମାରେ ପହଂଚିଥିବାରୁ ସେଥିରୁ ନିବୃତ ରହିବା ପାଇଁ ବରିଷ୍ଠମାନେ ଅନୁବନ୍ଧିତ ୨୯ଟି ପଂଚାୟତ ଅଧୀନରେ
BAYU PRADUSANA DURA KARIBA


ଭଦ୍ରକ, ୧୧ ଜାନୁଆରୀ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବରିଷ୍ଠନାଗରିକ ସଂଘର ବୈଠଳ ସୋମନାଥ ପାଢ଼ୀଙ୍କ ସଭା ପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସାମ୍ପ୍ରତିକ ପରିସ୍ଥିତିରେ ପରିବେଶ ପ୍ରଦୂଷଣ ଚରମସୀମାରେ ପହଂଚିଥିବାରୁ ସେଥିରୁ ନିବୃତ ରହିବା ପାଇଁ ବରିଷ୍ଠମାନେ ଅନୁବନ୍ଧିତ ୨୯ଟି ପଂଚାୟତ ଅଧୀନରେ ଥିବା ପତିତ ଭୂମିରେ ବୃକ୍ଷ ରୋପଣ କରିବା, ଅଳିଆ ,ଆବର୍ଜନାକୁ ଅବ୍ୟବହୃତ ଜାଗାରେ ପକାଇବା, ପୁରୁଣା ଗାଡି ବ୍ୟବହାରନ କରିବା, ଅବ୍ୟବହୃତ ପଲିଥିନକୁ ପରିତ୍ୟକ୍ତ ସ୍ଥାନରେ ଗାତ କରି ପୋତିଦେବା,ଏବଂ ମୁକ୍ତବାୟୁ ସେବନ ପାଇଁ ପ୍ରାକୃତିକ ଶକ୍ତି ବ୍ୟବହାର କରିବା ଉପରେ ଅତିଥିମାନେ ବକ୍ତବ୍ୟ ଦେଇଥିଲେ। ମୁଖ୍ୟ ଅତିଥି ଓ ବକ୍ତା ତଥା ଆଲୋଚକ ଭାବେ ମହେଶ ପ୍ରସାଦ ଦାସ, ସୁରେନ୍ଦ୍ର କୁମାର ନାୟକ, ଧନେଶ୍ୱର ବିଶ୍ୱାଳ, ବିଭୂତି ଭୂଷଣ ସେନାପତି, ହୃଷିକେଶ ପଣ୍ଡା, ହରିଶ୍ଚନ୍ଦ୍ର ବାରିକ, ଅକ୍ଷୟ କୁମାର ବ୍ରହ୍ମ, ସନ୍ୟାସୀ ବ୍ରହ୍ମ କୁଳମଣି ସାହୁ,ଜଗନ୍ନାଥ ନାୟକ, ବଳରାମ ସେନାପତି, ରବୀନ୍ଦ୍ର କୁମାର ଦାସ,କୃତିବାସ ଜେନା, ବିଷ୍ଣୁ କୁମାର ସାହୁ, ଶଙ୍କର୍ଷଣ ମଳିକ. କମଳାକାନ୍ତ ଦାସ, ଅର୍ଜୁନକୁମାର ମଳିକ, ରବୀନ୍ଦ୍ର ଜେନା, ମଥୁରାମୋହନ ବେହେରା ପ୍ରମୁଖ ବହୁ ବରିଷ୍ଠ ନାଗରିକ ଆଲୋଚନାରେ ଭାଗ ନେଇଥିଲେ । ଆଗାମୀ ଫେବୃଆରୀ ୮ତାରିଖ ବାର୍ଷିକ ଉତ୍ସବରେ ବାର୍ଷିକ ମୁଖପତ୍ର ବର୍ଷୀୟାନ ଲୋକାର୍ପଣ ହେବାକୁ ସ୍ଥିର କରାଗଲା ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande