ବିଜେପିର ସଙ୍ଗଠନ ଓ ସମନ୍ୱୟ ବୈଠକ
ଭଦ୍ରକ, ୧୧ ଜାନୁଆରୀ (ହି.ସ.) - ଭାରତୀୟ ଜନତା ପାର୍ଟି ସୁବର୍ଣମୁଖୀ ମଣ୍ଡଳ ପକ୍ଷରୁ ମଣ୍ଡଳ କାର୍ଯ୍ୟାଳୟ ପରିସରରେ ଦଳର ସାଙ୍ଗଠନିକ ବୈଠକ ମଣ୍ଡଳ ସଭାପତି।ପ୍ରଣବ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଦଳର ଜିଲା ସଭାପତି ଭଗବାନ ପଣ୍ଡା କାର୍ଯ୍ୟକ୍ରମକୁ ଉଦଘାଟନ କରି ଦଳୀୟ ସଙ୍ଗଠନକୁ ଶୃଙ୍ଖଳିତ
BJP SANGATHAN & SAMANAYA BAITHAK


ଭଦ୍ରକ, ୧୧ ଜାନୁଆରୀ (ହି.ସ.) - ଭାରତୀୟ ଜନତା ପାର୍ଟି ସୁବର୍ଣମୁଖୀ ମଣ୍ଡଳ ପକ୍ଷରୁ ମଣ୍ଡଳ କାର୍ଯ୍ୟାଳୟ ପରିସରରେ ଦଳର ସାଙ୍ଗଠନିକ ବୈଠକ ମଣ୍ଡଳ ସଭାପତି।ପ୍ରଣବ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଦଳର ଜିଲା ସଭାପତି ଭଗବାନ ପଣ୍ଡା କାର୍ଯ୍ୟକ୍ରମକୁ ଉଦଘାଟନ କରି ଦଳୀୟ ସଙ୍ଗଠନକୁ ଶୃଙ୍ଖଳିତ ଓ ସୁଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ।ଏଥିରେ ଦଳର ବରିଷ୍ଠ ନେତା ସୁଧାଂଶୁ ନାୟକ,ବସନ୍ତ ରାଉତ, ପ୍ରକାଶ ମହାପାତ୍ର,ଉପସଭାନେତ୍ରୀ ତପସ୍ୱିନୀ ମହାପାତ୍ର,ବ୍ଲକ ଅଧ୍ୟକ୍ଷା ସୁମତି ସେଠୀ, ଉପାଧ୍ୟାୟ ପ୍ରଣିତକାନ୍ତି ସାମଲ, ଜିଲ୍ଲା ପରିଷଦ ସଭ୍ୟ ବଦ୍ରିନାରାୟଣ ରାଉତ,ପୂର୍ବତନ ବ୍ଲକ ଅଧ୍ୟକ୍ଷା ସଂଘମିତ୍ରା ପଣ୍ଡା, ପ୍ରେମଲତା କର ଯୋଗ ଦେଇ ଦଳର ସାଙ୍ଗଠନିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।ମଣ୍ଡଳ ସାଧାରଣ ସମ୍ପାଦକ କୈଳାସ ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ, ସୁରେଶ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ।ମଣ୍ଡଳ କମିଟିର ପଦାଧିକାରୀ,ବିଭିନ୍ନ ପଂଚାୟତର ଛାମୁଆ କାର୍ଯ୍ୟକର୍ତାମାନେ ଏଥିରେ ଯୋଗ ଦେଇଥିଲେ।ଅନୁରୂପ ଭାବେ ଦଳର ଭଣ୍ଡାରିପୋଖରୀ ମଣ୍ଡଳର ବୈଠକ ହୋଟେଲ କେ୩ଠାରେ ମଣ୍ଡଳ ସଭାପତି ତରଣୀସେନ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲା ସଭାପତି ଭଗବାନ ପଣ୍ଡା, ଉପସଭାପତି ତପସ୍ୱିନୀ ମହାପାତ୍ର, ବରିଷ୍ଠ ନେତା ସୁଧାଂଶୁ ନାୟକ, ପ୍ରଦ୍ୟୁମ୍ନ ଜେନା, ଗିରିଶ ସାମଲ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande