ଏୟାର ରାଇଫଲ ଗୁଳିମାଡ଼ରେ ନାବାଳକ ଗୁରୁତର, କଟକ ସ୍ଥାନାନ୍ତର: ଅଭିଯୁକ୍ତ ଅଟକ
ଏୟାର ରାଇଫଲ ଗୁଳିମାଡ଼ରେ ନାବାଳକ ଗୁରୁତର, କଟକ ସ୍ଥାନାନ୍ତର: ଅଭିଯୁକ୍ତ ଅଟକ
ଏୟାର ରାଇଫଲ ଗୁଳିମାଡ଼ରେ ନାବାଳକ ଗୁରୁତର, କଟକ ସ୍ଥାନାନ୍ତର: ଅଭିଯୁକ୍ତ ଅଟକ


ସମ୍ବଲପୁର, ୧୧, ଜାନୁଆରୀ (ହି.ସ.) ସମ୍ବଲପୁର ସଦର ଥାନା ଅନ୍ତର୍ଗତ ମିର୍ଗା ମୁଣ୍ଡାରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଦିବ୍ୟାଂଶୁ ପୁରୋହିତ ନାମକ ଜଣେ ନାବାଳକ ନିଜର ଏଆର ବନ୍ଧୁକରେ ଖେଳୁଥିବା ସମୟରେ ହଠାତ୍ ଭୁଲରେ ଗୁଳି ଚାଳନା ହୋଇ ଜଣେ ନାବାଳକର ଛାତିରେ ଗୁଳିଟି ବାଜିଥିଲା। ଗୁରୁତର ଆହତ ହୋଇଥିବା ନାବାଳକ ଜଣକ ଏଠାରେ ଭଡ଼ାରେ ରହୁଥିଲେ। ଗୁଳିବାଜିବା ପରେ ଗୁରୁତର ଆହତ ନାବାଳକଙ୍କୁ ପ୍ରଥମେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ସଦରଥାନା ପୋଲିସ ଅଭିଯୁକ୍ତ ନାବାଳକକୁ ଅଟକ ରଖିବା ସହିତ ତାଙ୍କ ଘରୁ କିଛି ବିପଦଜନକ ଉପକରଣ ମଧ୍ୟ ଜବତ କରିଥିବା ଜଣାପଡିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande