ଦେଓଗାଁ ରେ ଲୋକଙ୍କ ସମସ୍ୟା ଶୁଣିଲେ ନରସିଂହ
ବଲାଙ୍ଗୀର,୧୧ଜାନୁଆରୀ(ହି.ସ.) - ଆଜି ଦେଓଗାଁ ବ୍ଲକର ଦେଓଗାଁ କୁ ଯାଇ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଲୋକଙ୍କ ଠାରୁ ସେମାନଙ୍କ ଅଭାବ ଅସୁବିଧା ତଥା ସ୍ଥାନୀୟ ସମସ୍ୟା ଉପରେ ଅଭିଯୋଗ ଶୁଣିଥିଲେ । ବିଶେଷ କରି ଗତ ଦୁଇ ବର୍ଷ ହେଲା ବ୍ଲକ ପରିଚାଳନାରେ ସମସ୍ୟା ଯୋଗୁଁ ଦେଓଗାଁ ଲୋକେ ଅନେକ ସମସ୍ୟା ଦ
ଦେଓଗାଁ ରେ ଲୋକଙ୍କ ସମସ୍ୟା ଶୁଣିଲେ ନରସିଂହ


ବଲାଙ୍ଗୀର,୧୧ଜାନୁଆରୀ(ହି.ସ.) - ଆଜି ଦେଓଗାଁ ବ୍ଲକର ଦେଓଗାଁ କୁ ଯାଇ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଲୋକଙ୍କ ଠାରୁ ସେମାନଙ୍କ ଅଭାବ ଅସୁବିଧା ତଥା ସ୍ଥାନୀୟ ସମସ୍ୟା ଉପରେ ଅଭିଯୋଗ ଶୁଣିଥିଲେ । ବିଶେଷ କରି ଗତ ଦୁଇ ବର୍ଷ ହେଲା ବ୍ଲକ ପରିଚାଳନାରେ ସମସ୍ୟା ଯୋଗୁଁ ଦେଓଗାଁ ଲୋକେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି । ଲୋକେ ଅଭିଯୋଗ କରିଥିଲେ ଯେ ବ୍ଲକ କର୍ତୃପକ୍ଷ ତଥା କର୍ମଚାରୀ ପ୍ରତ୍ୟେକ କାମ ପାଇଁ ଲୋକଙ୍କୁ ବାରମ୍ବାର ଆସିବା ପାଇଁ କହୁଛନ୍ତି । କୌଣସି ସରକାରୀ ଯୋଜନାରେ ହିତାଧିକାରୀ ହୁଅନ୍ତୁ କି କୌଣସି ଉନ୍ନୟନମୂଳକ ପ୍ରକଳ୍ପ ହେଉ ସବୁଥିରେ ଦୁର୍ନିତିର ଛାପ ପଡୁଛି । ବିନା ଦୁର୍ନିତିରେ କୌଣସି ଫାଇଲ ଆଗକୁ ବଢୁନାହିଁ ବୋଲି ଅନେକ ଲୋକ ଅଭିଯୋଗ କରିଥିଲେ । ଏ ସବୁଥିରେ ନିର୍ବାଚିତ ପ୍ରତିନିଧିଙ୍କ ସହ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ସାମିଲ ଥିବାର ଅଭିଯୋଗ କରିଥିଲେ । ଦେଓଗାଁ ଅଂଚଳରେ ଧାନ କିଣା ଅଚଳାବସ୍ଥା ଆଜି ପର୍ଯ୍ୟନ୍ତ ଜାରି ରହିଛି । ମଣ୍ଡି ଗୁଡିକରେ ଧାନ ପଡି ରହୁଥିବାର ଚାଷୀମାନେ ଅଭିଯୋଗ କରିଥିଲେ । ରାସ୍ତାଘାଟ ମରାମତି ଠିକ୍ ସମୟରେ ହୋଇ ପାରୁନାହିଁ । ବିଜୁଳି ସମସ୍ୟା ଦେଖାଦେଉଛି । ପିଇବା ପାଣି ପାଇଁ ଲୋକେ ଏବେ ଠୁ ଅସୁବିଧା ସମ୍ମୁଖିନ ହେଉଛନ୍ତି । ଏ ସବୁ ଶୁଣିଲା ପରେ ପୂର୍ବତନ ଆଇନମନ୍ତ୍ରୀ ଶ୍ରୀ ମିଶ୍ର ଉଚ୍ଚ ପଦସ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ଦୁର୍ନିତିଖୋର ଅଧିକାରୀ ଲୋକ ପ୍ରତିନିଧି ଙ୍କ ବିରୁଦ୍ଧରେ ପଦକ୍ଷେପ ନେବା ପାଇଁ କହିବା ସହ ଯାହା କିଛି ବୋଲି ଲୋକେ ସମସ୍ୟା ସମ୍ମୁଖିନ ହେଉଛନ୍ତି ସେ ସବୁର ସମାଧାନ ଦିଗରେ ମଧ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ତାହାର ବାଟ ବାହାର କରିବେ ବୋଲି କହିଥିଲେ । ଆଜିର ଏହି ଆଲୋଚନା ସମୟରେ ମଦନ ସାହୁ, ଆର୍ତ ଘିବେଲା, ହୃଦାନନ୍ଦ ଗଡତ୍ୟା, ମାର୍କଣ୍ଡ ମେହେର, କାନ୍ତେଶ୍ୱର ପ୍ରଧାନ, ରାମଜି ପାଣ୍ଡେ, ପପୁ ପାତ୍ର, ଚାଷିନେତା କୁନା ସାହୁ, ଆଲ୍ଲାଦ ମେଲ୍ଲି, କୈଳାସ ବେହେରା, ଆଶିଷ ବାରିକ, ପିଂଟୁ ପୋଡ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande