
ଜୟପୁର, ୧୧ ଜାନୁଆରି (ହି.ସ.) - ଜୟପୁର ବ୍ଲକ ଅନ୍ତର୍ଗତ ଆମ୍ବାଗୁଡା କଲ୍ୟାଣ ମଣ୍ତପ ପରିସରରେ ଡ୍ରାଇଭର ମାନଙ୍କ ପକ୍ଷରୁ ମହାଦେବ ଚାଳକ ମହାସପ୍ସଘ ଗଠିତ ହୋଇଯାଇଛି। ଏହି ମହାସଂଘରେ ୧୫୦ରୁ ଉର୍ଦ୍ଧ ୩ରୁ ୪ ଚକିଆ ଗାଡିର ଡ୍ରାଇଭର ମାନେ ଯୋଗ ଦେଇ ଏହି ସଂଘ ଗଠନ କରିଥିଲେ। ଏହି ଅବସରରେ ସମସ୍ତ ସଂଘ କର୍ମକର୍ତା ଏକ ଶୋଭାଯାତ୍ରାରେ ବାହାରି ଆମ୍ବାଗୁଡା ଭ୍ରମଣ କରିଥିଲେ। ଆଗାମୀ ଦିନରେ ସଂଘର ସମସ୍ତ ସମସ୍ୟା ଗୁଡିକ ସମାଧାନ କରିବାକୁ ବୈଠକରେ ଆଲୋଚନା କରାଯାଇଥିଲା। ଡ୍ରାଇଭର ମାନଙ୍କ ନିମନ୍ତେ ସଂଘର ଆବଶ୍ୟକତା ରହିଛି ଏବଂ ସଂଘ କରିବାକୁ ହେଲେ ଏକତାର ଆବଶ୍ୟକତା ରହିଛି ବୋଲି ବୈଠକରେ ଆଲୋଚନା ହୋଇଥିଲା। ଏହି ଅବସରରେ ସପ୍ସଘର ସଭାପତି ଭାବେ ପଦ୍ମନ ହରିଜନଙ୍କୁ ଚୟନ କରାଯାଇଥିବା ବେଳେ ଉପସଭାପତି କାବୁଲ ହରିଜନ, ସଂପାଦକ ଭାବେ ମୋହନ ହରିଜନ, କୋଷାଧ୍ୟକ୍ଷ ଭାବେ ଅଶୋକ ମହାନ୍ତିଙ୍କୁ ଚୟନ କରାଯାଇଛି। ସେହିପରି ଜୟପୁର ବାର ଆସୋସିଏସନର ଉପସଭାପତି ନବୀନ ସାହୁ ଉପଦେଷ୍ଠା ଭାବେ ମନୋନିତ ହୋଇଛନ୍ତି।ଏହି ବୈଠକରେ ଆମ୍ବାଗୁଡା ସରପଂଚ ଦୀପ୍ତି ହିକକ୍କା,ସାଧୁ ରାଉତ, ସମତିସଭ୍ୟା ସସ୍ମିତା ତାରିଣୀ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ କମିଟିର ରାଜା ଦେ, ଗଣେଶ ନାୟକ, ଟୁକୁ ନାୟକ, ଧନପତି ହରିଜନ, ବାବୁଲା ଦାସ, ଲଳିତ ହରିଜନ, ସୁନାଧର ଗଦବା ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି