ବଲାଙ୍ଗିର ମାଟିର ସହିତ ସମ୍ପର୍କ ଥିବା ପାଞ୍ଚ ଉଚ୍ଚ ନ୍ୟାୟାଳୟର ବିଚାରପତି ଜିଲ୍ଲା ବାର ଦ୍ଵାରା ସମ୍ବର୍ଦ୍ଧିତ
ବଲାଙ୍ଗିର, 11 ଜାନୁଆରି (ହି.ସ.)ଜିଲ୍ଲା ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ବଲାଙ୍ଗୀର ମାଟିର ୫ ଜଣ ବିଚାରପତି ଙ୍କୁ ଉପାୟନ ଓ ମୋମେଣ୍ଟୋ ଦେଇ ସମ୍ବର୍ଦ୍ଧିତ କରାଯାଇଛି l ଜିଲ୍ଲା ଓକିଲ ସଂଘର ସଭାପତି ବାସୁଦେବ ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ
ବଲାଙ୍ଗିର ମାଟିର ସହିତ  ସମ୍ପର୍କ ଥିବା ପାଞ୍ଚ ଉଚ୍ଚ ନ୍ୟାୟାଳୟର ବିଚାରପତି ଜିଲ୍ଲା ବାର ଦ୍ଵାରା ସମ୍ବର୍ଦ୍ଧିତ


ବଲାଙ୍ଗିର ମାଟିର ସହିତ  ସମ୍ପର୍କ ଥିବା ପାଞ୍ଚ ଉଚ୍ଚ ନ୍ୟାୟାଳୟର ବିଚାରପତି ଜିଲ୍ଲା ବାର ଦ୍ଵାରା ସମ୍ବର୍ଦ୍ଧିତ


ବଲାଙ୍ଗିର ମାଟିର ସହିତ  ସମ୍ପର୍କ ଥିବା ପାଞ୍ଚ ଉଚ୍ଚ ନ୍ୟାୟାଳୟର ବିଚାରପତି ଜିଲ୍ଲା ବାର ଦ୍ଵାରା ସମ୍ବର୍ଦ୍ଧିତ


ବଲାଙ୍ଗିର ମାଟିର ସହିତ  ସମ୍ପର୍କ ଥିବା ପାଞ୍ଚ ଉଚ୍ଚ ନ୍ୟାୟାଳୟର ବିଚାରପତି ଜିଲ୍ଲା ବାର ଦ୍ଵାରା ସମ୍ବର୍ଦ୍ଧିତ


ବଲାଙ୍ଗିର ମାଟିର ସହିତ  ସମ୍ପର୍କ ଥିବା ପାଞ୍ଚ ଉଚ୍ଚ ନ୍ୟାୟାଳୟର ବିଚାରପତି ଜିଲ୍ଲା ବାର ଦ୍ଵାରା ସମ୍ବର୍ଦ୍ଧିତ


ବଲାଙ୍ଗିର, 11 ଜାନୁଆରି (ହି.ସ.)ଜିଲ୍ଲା ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ବଲାଙ୍ଗୀର ମାଟିର ୫ ଜଣ ବିଚାରପତି ଙ୍କୁ ଉପାୟନ ଓ ମୋମେଣ୍ଟୋ ଦେଇ ସମ୍ବର୍ଦ୍ଧିତ କରାଯାଇଛି l ଜିଲ୍ଲା ଓକିଲ ସଂଘର ସଭାପତି ବାସୁଦେବ ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ସୁପ୍ରିମ କୋର୍ଟର ମାନ୍ୟବର ବିଚାରପତି ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ର, ଝାରଖଣ୍ଡ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା ବର୍ତ୍ତମାନର ଜିଏସ୍‌ଟି ଏପେଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ୍ ସଂଜୟ ମିଶ୍ର, ଓଡ଼ିଶା ହାଇକୋର୍ଟ ବିଚାରପତି ସଂଜୀବ ପାଣିଗ୍ରାହୀ ଓ ଗୌରୀଶଙ୍କର ଶତପଥୀ ଏବଂ ଛତିଶଗଡ଼ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିଭୁଦତ୍ତ ଗୁରୁ ଙ୍କୁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ଅନେକ ପ୍ରତିଭାବାନ ଆଇନଜୀବୀ ଓ ବିଚାରପତି ସ୍ରୁଷ୍ଟି କରିଛି l ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ସଂଘର ଗାରିମା ଓ ମର୍ଯ୍ୟାଦାକୁ ବଳବତ୍ତର ରଖିବା ବର୍ତ୍ତମାନର ପିଢ଼ିର ଓକିଲ ମାନଙ୍କ ଦାୟିତ୍ଵ ବୋଲି ସମ୍ବର୍ଦ୍ଧିତ ବିଚାରପତି ମାନେ ନିଜ ବକ୍ତବ୍ୟରେ କହିଥିଲେ l ବଲାଙ୍ଗୀରରେ ନୂତନ ସିଭିଲ କୋର୍ଟ ନିର୍ମାଣ ଓ ହାଇକୋର୍ଟର ସାର୍କିଟ କୋର୍ଟ ନିର୍ମାଣ ଉପରେ ବିଚାରପତି ମାନେ ଜୋର୍ ଦେଇ ଥିଲେ। ବିଚାରପତି ମାନଙ୍କୁ ବରିଷ୍ଠ ଆଇନଜୀବୀ ଗୋପାଳ ପାଣିଗ୍ରାହୀ, ଆନନ୍ଦ ପାଣିଗ୍ରାହୀ, ପ୍ରମୋଦ ତ୍ରିପାଠୀ, ଭବାନୀ ସତପଥୀ ଅମରେନ୍ଦ୍ର ମିଶ୍ର ପ୍ରମୂଖ ସମର୍ଦ୍ଧିତ କରିଥିଲେ l କାର୍ଯ୍ୟକ୍ରମକୁ ଜୟକୃଷ୍ଣ ସାହୁ ସଂଯୋଜନା କରିଥିଲେ l ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ସଫଳ କରିବାରେ ସରୋଜ ପାଣିଗ୍ରାହୀ, ବୈଷ୍ଣବ ମିଶ୍ର, ସଂଘର ଉପସଭାପତି ସୁଧାଂଶୁ ଦେଓ, ସହସମ୍ପାଦକ ସୁମିତ ଖୁଆସ, କୋଷାଧ୍ୟକ୍ଷ ସମୀର ମିଶ୍ର, ଆଇନଜୀବୀ ଶିବ ଦ୍ଵିବେଦୀ, ଦିପ୍ତୀ ଶର୍ମା, ସବିତା ମିଶ୍ର, ପ୍ରଶାନ୍ତ ସେନାପତି, ରାଜେନ୍ଦ୍ର ପୁରୋହିତ

ରାଜେନ୍ଦ୍ର ମିଶ୍ର, ସିଦ୍ଧାର୍ଥ ମିଶ୍ର, ସୁବାଷ ନନ୍ଦ, ପ୍ରିୟ ରଞ୍ଜନ ବହିଦାର, ଅରବିନ୍ଦାକ୍ଷ ପୁଝାରୀ, ସଙ୍ଗୀତା ସିଂହ, ସୁରମା ବହିଦାର, ଜାଗୃତି ସାହୁ, ନିର୍ମାଲ୍ୟ ସ୍ଵାଇଁ, ମମତା ସୁନା ପ୍ରମୂଖ ସହଯୋଗ କରିଥିଲେ l ଶେଷରେ ଜିଲ୍ଲା ଓକିଲ ସଂଘର ସମ୍ପାଦକ ସଞ୍ଜୟ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବଲାଙ୍ଗୀର ସିଭିଲ କୋର୍ଟର ସମସ୍ତ ବିଚାରପତି, ଜୁଡିସିଆଲ ଷ୍ଟାଫ୍, ବଲାଙ୍ଗୀର ଲ' କଲେଜର ଛାତ୍ରଛାତ୍ରୀଙ୍କ ସମେତ ବଲାଙ୍ଗୀର, ପାଟଣାଗଡ଼, କଣ୍ଟାବାଞ୍ଜି ସଇଁତଳା, ଲୋଇସିଂହା ଓ ସୋନପୁର ଜିଲ୍ଲାର ବହୁ ଓକିଲ ଉପସ୍ଥିତ ଥିଲେ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande