ଉଦଯାପିତ ହେଲା ବଲାଙ୍ଗିର ଫ୍ରେଣ୍ଡ ବ୍ଲକର ତୃତୀୟ ପୁଟବଲ ପ୍ରତିଯୋଗୀତା ୪-୦ ଗୋଲରେ ଝାରସୁଗୁଡାକୁ ହରାଇ ବରଗଡ ଚମ୍ପିୟାନ
ବଲାଙ୍ଗିର, 11 ଜାନୁଆରି (ହି.ସ.)ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଖେଲ ପଡିଆ ଠାରେ ବଲାଙ୍ଗିର ଫ୍ରେଣ୍ଡ କ୍ଲବ ପକ୍ଷରୁ ତୃତୀୟ ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତୀଯୋଗୀତା ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ କ୍ଲବର ସଭାପତି ଲୋଟସ ହଢଙ୍ଗୀଙ୍କ ସଭାପତିତ୍ୱରେ ମୂଖ୍ୟ-ଅତିଥି ଭାବରେ ବଲାଙ୍ଗିର ଲୋକସଭା ସାଂସଦ ସ
ଉଦଯାପିତ ହେଲା ବଲାଙ୍ଗିର ଫ୍ରେଣ୍ଡ ବ୍ଲକର ତୃତୀୟ ପୁଟବଲ ପ୍ରତିଯୋଗୀତା ୪-୦ ଗୋଲରେ ଝାରସୁଗୁଡାକୁ ହରାଇ ବରଗଡ ଚମ୍ପିୟାନ


ଉଦଯାପିତ ହେଲା ବଲାଙ୍ଗିର ଫ୍ରେଣ୍ଡ ବ୍ଲକର ତୃତୀୟ ପୁଟବଲ ପ୍ରତିଯୋଗୀତା ୪-୦ ଗୋଲରେ ଝାରସୁଗୁଡାକୁ ହରାଇ ବରଗଡ ଚମ୍ପିୟାନ


ବଲାଙ୍ଗିର, 11 ଜାନୁଆରି (ହି.ସ.)ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଖେଲ ପଡିଆ ଠାରେ ବଲାଙ୍ଗିର ଫ୍ରେଣ୍ଡ କ୍ଲବ ପକ୍ଷରୁ ତୃତୀୟ ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତୀଯୋଗୀତା ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ କ୍ଲବର ସଭାପତି ଲୋଟସ ହଢଙ୍ଗୀଙ୍କ ସଭାପତିତ୍ୱରେ ମୂଖ୍ୟ-ଅତିଥି ଭାବରେ ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ଟୁକୁନୀ ସାହୁ, ବଲାଙ୍ଗିର ପୌରପରିଷଦର କାର୍ଯ୍ୟନୀବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା, ଟାଉନ ଥାନା ଅଧିକାରୀ ଅବନି ସାହୁ, ଡିପିଇଓ ପ୍ରଦୀପ ପାତ୍ର, ବିଜେପି ବରିଷ୍ଠ ନେତା ଗୋପାଲଜୀ ପାଣିଗ୍ରାହୀ,ସାଂସଦଙ୍କ ନୋମିନୀ ଦୀନେସ ଶର୍ମା, ଓ କ୍ଲବର ସାଧାରଣ ସଂପାଦକ ଜଗନ୍ନାଥ ମିଶ୍ର ମଂଚାସିନ ଥିଲେ । ଆଜିର ଏହି ଫାଇନାଲ ଖେଳକୁ ସନଜନ କୁଦେଇ, ସୁଦରର୍ଶନ ସେଠ୍‌, ଅବଦୁଲ ମୁଜିବ, ଜୈାତି ମହାନନ୍ଦ ଖେଳକୁ ପରିଚାଳନା କରିଥିବା ବେଳେ ମ୍ୟାଚ କମିସନର ଭାବରେ ଶୁନୀଲ ଚନ୍ଦ୍ର ବିଶ୍ୱାଲ ରହିଥିଲେ । ସାଂସଦ ଶ୍ରୀମତୀ ସିଂହଦେଓଙ୍କୁ ଲୋକସଭା ସଂସଦୀୟ ଶ୍ରେଷ୍ଠ ୨୦୨୫ ମାନ୍ୟତା ପାଇଥିବାରୁ ତାଙ୍କୁ ଏହି ଅବସରରେ କମିଟୀ ପକ୍ଷରୁ ଆଜି ସମ୍ମନୀତ କରାଯାଇଥିଲା । ଏବଂ ଦିର୍ଘ ବର୍ଷ ତଥା ସର୍ବ ପୂରାତନ ପଡିଆ ପୃଥ୍ୱୀରାଜ ହାଇସ୍କୁଲ ପଡିଆକୁ ଉନ୍ନତୀ ପାଇଁ କ୍ଲବ ପକ୍ଷରୁ ଦାବି କରାଯାଇଥିଲା । ଏହି ଦାବିକୁ ଗ୍ରହଣ କରି ଆଗାମୀ ଦିନରେ ଏହି ଖେଳ ପଡିଆକୁ ସାଂସଦ ପାଣ୍ଠିରୁ ଆର୍ନ୍ତଯାତୀୟ ପଡିଆ ଭଳି ତିଆରି କରାଯିବ ବୋଲି ଖେଳ ପଡିଆର ସଧାରଣ ସଭାରେ ପ୍ରତିଶୃତି ଦେଇଥିଲେ ସାଂସଦ ଶ୍ରୀମତୀ ସିଂହଦେଓ । ଚଳିତ ବର୍ଷର ଖେଳରେ ପଡିଆର ଉନ୍ନତୀ କରଣ ଓ ସାହାର୍ଯ୍ୟକୁ ନେଇ ପୌରାଧ୍ୟକ୍ଷ ଲିକା ସାହୁ ଓ ପୌରନିର୍ବାହୀ ଅଧିକାରୀ ଶ୍ରୀ ବେହେରାଙ୍କୁ ଆଜିର ମଂଚାସୀନ ଅତିଥିମାନଙ୍କ ସମ୍ମୁଖରେ ଧନ୍ୟବାଦ ସହ ପୌରପରିଷଦର କର୍ମାଚାରୀ ମାନଙ୍କୁ ଅତିଥୀମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା । ଆଜିର ଏହି ଫାଇନାଲ ଖେଳରେ ଝାରସୁଗୁଡା ଦଳକୁ ବରଗଡ ଦଳ ୪-୦ ଗୋଲ ଦେଇ ବରଗଡ ଦଳ ବିଜୟୀ ହୋଇଥିଲା । ବରଗଡ ଦଳ ଚମ୍ପିଆନ ଟ୍ରଫି ସହ ୫୦ ହଜାର ନଗଦ ଟଙ୍କା ପାଇଥିବା ବେଳେ ଝାରସୁଗୁଡା ଦଳ ଟ୍ରଫି ସହ ୩୦ ଜହାର ଟଙ୍କା ନଗଦ ପାଇ ଉପ-ବିଜେତା ହୋଇଥିଲା । ଆଜିର ଏହି ଖେଳରେ ମ୍ୟାନ ଅପଦି ସିରିଜ ଝାରସୁଗୁଡା ଦଳର ପ୍ରହଲ୍ଲାଦ ଓରା ପାଇଥିବା ବେଳେ ମ୍ୟାନଅପଦି ମ୍ୟାଚ ବରଗଡ ଦଳର ବିଦେଶି ଖେଳାଳୀ ମୁନଡେ ପାଇଥିଲେ । ଉଦ୍‌ଯାପନୀ ଦିନରେ ଲଟରୀ ଉଠାଣରେ ଡୁମେରପାଲିର ଉଜ୍ଜଲ ବେହେରା ଏକ ସାଇକେଲ ଅତିଥିମାନଙ୍କ ଦ୍ୱାର କମିଟୀ ପକ୍ଷରୁ ଦିଆଯାଇଥିଲା ।ବିଶିଷ୍ଠ କ୍ରିଡାବିତ ଜିଲ୍ଲା କ୍ରିଡା ସାଂସଦର ଫୁଟବଲ ସମ୍ପାଦକ ଶରତ କୁମାର ନନ୍ଦ, ମ୍ୟାଚ-କମିଶନର ଶୁନୁଲ ଚନ୍ଦ୍ର ବିଶ୍ୱାଲ, କ୍ରୀଡା ସାଂସଦର ପୂର୍ବତନ କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ଲୁଇସିଂହା ବିଧାୟକ ରମାକାନ୍ତ ସେଠ୍ ,କ୍ରିଡା ସାଂସଦର କୋଷାଧ୍ୟକ୍ଷ ହେମନ୍ତ ବେହେରା,ଜାତୀୟ ବେଡମିନଟଂନ ଖେଳାଳି ସୌରଭ ପଟେଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା । ପବିତ୍ର ଖୁଣ୍ଟିଆ, ମଧୁ ବନଛୋର, ଲକ୍ଷ୍ମୀ ସ୍ୱାଇଁ, ଆକାଶ ମିଶ୍ର, କିଶୋର ଦଣ୍ଡସେନା, ମନୋଜ କୁମାର ମିଶ୍ର, ପୃଥ୍ୱୀରାଜ ବରାଡ, ଦେବେନ ପାତ୍ର, ପୂର୍ଣ୍ଣ ତ୍ରୀପାଠୀ, ଟିକୁ ପାରିଚ୍ଛା, ସନତ ତ୍ରୀପାଠୀ, ଯତୀନ୍ଦ୍ର ମିଶ୍ର, ଅରୋରଞ୍ଜନ ମହାପାତ୍ର, ସୋମନାଥ ମିଶ୍ର, ଗୋବିନ୍ଦ ଶତପଥୀ, ସଞ୍ଜୀବ ସାହୁ, ସରୋଜ ସାହୁ, ରାମ ନାଏକ, ସୋନୁ ପଟ୍ଟନାୟକ, ନିତ୍ୟ ପଧାନ, ସରୋଜ ସାହୁ, ବିକାଶ ସା, ବିଦ୍ୟା ସାହୁ, ପ୍ରଦୀପ ସାହୁ, ଅରୁଣ ପଧାନ, ଶୁସାନ୍ତ ନେଗୀ ପ୍ରମୁଖ ସହେଯାଗ କରିଥିବା ବେଳେ ଶହସ୍ରାଧୀକ ଦର୍ଶକ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସହିତ କରିଥିଲେ । ଶେଷରେ ସମ୍ପାଦକ ଶ୍ରୀ ମିଶ୍ର ଧନ୍ୟବାଦ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande