ପିଏମଶ୍ରୀ କୁଶଳେଶ୍ଵର ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡ଼ା
ଘଟଗାଁ, ୧୧ ଜାନୁଆରୀ (ହି.ସ.)- ଘଷିପୁରା ବ୍ଲକ୍ ଅନ୍ତର୍ଗତ ପିଏମଶ୍ରୀ କୁଶଳେଶ୍ୱର୍ ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ପଣ୍ଡା ପତାକା ଉତୋଳନ କରି କ୍ରିଡ଼ାକୁ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ବଳରାମପୁର ଉଚ୍ଚ ବିଦ୍ୟାଳୟ ର ପ୍ରଧ
ପି ଏମ ଶ୍ରୀ କୁସଲେଶ୍ୱର୍ ଉଚ୍ଚ ବିଦ୍ୟାଳୟ  ବାର୍ଷିକ କ୍ରୀଡ଼ା


ଘଟଗାଁ, ୧୧ ଜାନୁଆରୀ (ହି.ସ.)- ଘଷିପୁରା ବ୍ଲକ୍ ଅନ୍ତର୍ଗତ ପିଏମଶ୍ରୀ କୁଶଳେଶ୍ୱର୍ ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ପଣ୍ଡା ପତାକା ଉତୋଳନ କରି କ୍ରିଡ଼ାକୁ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ବଳରାମପୁର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅନିଲ କୁମାର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ସତ୍ୟ ରଞ୍ଜନ ଭୂୟାଁ, ବିଦ୍ୟାଳୟ ସଭାପତି ନାରାୟଣ ସାହୁ, ବରିଷ୍ଠ ଖେଳ ଶିକ୍ଷକ ନିରଞ୍ଜନ ଚକ୍ର ପ୍ରମୁଖ ଯୋଗଦେଇଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଗବତୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦ୍ୟାଧର ସାହୁ ଯୋଗ ଦେଉଥିବା ବେଳେ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା କଳ୍ପନା ବଳ ଯୋଗଦେଇବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ପ୍ରିୟମ୍ବଦା ରାଉତ ଅତିଥି ମାନଂକ ପରିଚୟ ପ୍ରଦାନ କରିଥିବା ବେଳେ ସୁଗନ୍ଧିକା ଭୂୟାଁ ଧନ୍ୟବାଦ୍ ପ୍ରଦାନ କରିଥିଲେ।ଏଥିରେ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande