
ନୂଆପଡା, ୧୧ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ପ୍ରେସକ୍ଳବ ଉଦ୍ୟମରେ ଆଜି ଜଣେ ମାନସିକ ବିକୃତ ଯୁବକଙ୍କୁ ଉଚ୍ଚ ମାନର ଚିକିତ୍ସା ପାଇଁ ସୋନପୁର ଜିଲ୍ଲାର ପିପୁଲ୍ସ ଫୋରମ ଅନୁଷ୍ଠାନକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଥାଉକି, ମାନସିକ ବିକୃତ ଯୁବକ ଗତ କିଛିବର୍ଷ ଖଡ଼ିଆଳ ଅଞ୍ଚଳରେ ଘୁରି ବୁଲୁଥିଲେ। ପ୍ରେସକ୍ଲବ ପକ୍ଷରୁ ସମ୍ବଲପୁର ଜିଲ୍ଲା ପରିଚୟ ଅନୁଷ୍ଠାନର ସଭାପତି ବିପିନ ବିହାରୀ ପଣ୍ଡାଙ୍କୁ ଯୋଗାଯୋଗ କରାଯାଇଥିଲା। ଶ୍ରୀ ପଣ୍ଡାଙ୍କ ନେତୃତ୍ୱରେ ପରିଚୟ ଅନୁଷ୍ଠାନର ସଦସ୍ୟ ନାରାୟଣ ପ୍ରଧାନ, ହେମାନନ୍ଦ ଦେହୁରୀ ଆସି ଉକ୍ତ ମାନସିକ ବିକୃତ ଯୁବକଙ୍କୁ ଉଦ୍ଧାର କରିଛନ୍ତି । ପରେ ତାଙ୍କୁ ସୋନପୁର ପିପୁଲ୍ସ ଫୋରମ ଅନୁଷ୍ଠାନକୁ ସ୍ଥାନାନ୍ତର କରାଯାଇଛି । ଏହି ଉଦ୍ଧାର ସମୟରେ ନୂଆପଡ଼ା ଜିଲ୍ଲା ପ୍ରେସକ୍ଳବ ସଭାପତି ପରମେଶ୍ବର ବାରିକ, ସମ୍ପାଦକ ତପନ ରଞ୍ଜନ ଦାଶ, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ପ୍ରେସକ୍ଲବ ପରାମର୍ଶଦାତା ଚିତ୍ତରଞ୍ଜନ ସିଂ ଦେଓ, ସଂଗଠକ କୁନାଲ ଚରଣ ବେହେରା, ସଦସ୍ୟ ବାପିନା ସାହୁ, ସାମାଜିକ କର୍ମୀ ଉମାକାନ୍ତ ରାଉତରାୟ, ନିଲାଞ୍ଚାଳ ଦଣ୍ଡସେନା,ସତ୍ୟବ୍ରତ ଦଣ୍ଡସେନା, ଶିକ୍ଷାବିତ ସନତ କୁମାର ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଥାଉକି, ସମ୍ବଲପୁରର ପରିଚୟ ଅନୁଷ୍ଠାନର ସଭାପତି ଆଗରୁ ଖଡ଼ିଆଳ ଅଞ୍ଚଳର ଦୁଇ ଜଣ ଓ ଛତିଶଗଡ଼ ରାଜ୍ୟ ଦେଓଭୋଗ ବ୍ଲକର ଗିରସୁଲ ଗ୍ରାମର ଜଣେ ମହିଳା ମାନସିକ ରୋଗୀଙ୍କୁ ଭଲ କରିଥିବା ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ