ଆମ ରାଜନୀତି : କେତେ ନୀତି, କେତେ ଅନୀତି ଶୀର୍ଷକ ମାସିକ ରଚନା ସନ୍ଧ୍ୟା
ବଲାଙ୍ଗିର, ୧୧ ଜାନୁଆରୀ (ହି.ସ.)- ଆଜିକାଲି ସକ୍ରୀୟ ରାଜନୀତିରେ ଆମ ବୁଦ୍ଧିଜୀବୀ ଓ ସାଧାରଣ ନାଗରିକଙ୍କର ଅନାଗ୍ରହ ଯୋଗୁଁ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକେ ବଂଶାନୁକ୍ରମିକ ଭାବରେ ରାଜନୀତିକୁ ଏକ ଲାଭଦାୟକ ବେଉସା ଭାବରେ ଗ୍ରହଣ କରିନେଇଛନ୍ତି। ତେଣୁ ରାଜନୀତିରେ ଆଉ ନୀତି ନାହିଁ, ଆଦର୍ଶ ନାହିଁ,
ଆମ ରାଜନୀତି : କେତେ ନୀତି, କେତେ ଅନୀତି ଶୀର୍ଷକ ମାସିକ ରଚନା ସନ୍ଧ୍ୟା


ବଲାଙ୍ଗିର, ୧୧ ଜାନୁଆରୀ (ହି.ସ.)- ଆଜିକାଲି ସକ୍ରୀୟ ରାଜନୀତିରେ ଆମ ବୁଦ୍ଧିଜୀବୀ ଓ ସାଧାରଣ ନାଗରିକଙ୍କର ଅନାଗ୍ରହ ଯୋଗୁଁ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକେ ବଂଶାନୁକ୍ରମିକ ଭାବରେ ରାଜନୀତିକୁ ଏକ ଲାଭଦାୟକ ବେଉସା ଭାବରେ ଗ୍ରହଣ କରିନେଇଛନ୍ତି। ତେଣୁ ରାଜନୀତିରେ ଆଉ ନୀତି ନାହିଁ, ଆଦର୍ଶ ନାହିଁ, ଦେଶପ୍ରେମ ନାହିଁ, ସେବା ମନୋଭାବ ନାହିଁ। ରାଜନେତାମାନେ କେବଳ ନିଜର ସ୍ବାର୍ଥ ସାଧନ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ। ତାଙ୍କ ପାଇଁ ନୀତି ଓ ଆଦର୍ଶ ଖାଲି ଲୋକଦେଖାଣିଆ। ଆମର ମହାନ ସ୍ୱାଧୀନତା ସଂଗ୍ରାମୀମାନେ ଯେଉଁ ବିଚାରଧାରା ନେଇ ଆମ ଦେଶକୁ ସ୍ୱାଧୀନ ଓ ସମ୍ବିଧାନକୁ ପ୍ରସ୍ତୁତ କରିଥିଲେ, ସେହି ଲକ୍ଷ୍ୟ ଓ ଉଦ୍ଦେଶ୍ୟଠାରୁ ଏବେ ଆମେ ବହୁତ ଦୂରରେ। ବର୍ତ୍ତମାନର ଏଭଳି ପରିବେଶ ଓ ପରିସ୍ଥିତିରେ ପରିବର୍ତ୍ତନ ପାଇଁ ଆମ ବୁଦ୍ଧିଜୀବୀ ଓ ଯୁବପିଢି ସକ୍ରୀୟ ଭାବରେ ରାଜନୀତିକୁ ଆସିବାର ଆବଶ୍ୟକତା ରହିଛି। ସମାଜ, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ବଲାଙ୍ଗୀରର ଅଗ୍ରଣୀ ଅନୁଷ୍ଠାନ 'ରଚନା'ର 'ମାସିକ ରଚନା ସନ୍ଧ୍ୟା'ରେ ଏହି ମତ ପ୍ରକାଶ ପାଇଛି। ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ସଭାକକ୍ଷରେ ଆୟୋଜିତ ଆମ ରାଜନୀତି : କେତେ ନୀତି, କେତେ ଅନୀତି ଶୀର୍ଷକ ଆଲୋଚନାଚକ୍ରରେ ପି.ଏସ. ଡିଗ୍ରୀ କଲେଜ, ଦେଓଗାଁର ଅଧ୍ୟାପକ ଡ. ସୁରେଶ ପ୍ରସାଦ ଷଡ଼ଙ୍ଗୀ, ବିଶ୍ବାତ୍ମ ବିଦ୍ୟାମନ୍ଦିରର ଶିକ୍ଷିକା ସ୍ପର୍ଶା ମିଶ୍ର, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସ୍ନାତକ ଛାତ୍ର ସିଦ୍ଧାନ୍ତ ମହାକୁର ଓ ଛାତ୍ରୀ ପ୍ରତ୍ୟାଶା ମାହାଣା ଅତିଥିବକ୍ତା ଭାବରେ ଯୋଗ ଦେଇ ବିଶ୍ଳେଷଣାତ୍ମକ ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ 'ରଚନା'ର ସଦସ୍ୟା ସସ୍ମିତା ନେପାକ ଏବଂ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ସହସମ୍ପାଦକ ରତ୍ନମୟ ତ୍ରିପାଠୀ। ଏହି କାର୍ଯ୍ୟକ୍ରମରେ ସହରର ଅନେକ ଆଇନଜୀବୀ, ଶିକ୍ଷକ, ଅଧ୍ୟାପକ, ସାହିତ୍ୟିକ, ସାମ୍ବାଦିକ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande