

ବଲାଙ୍ଗିର, ୧୧ ଜାନୁଆରୀ (ହି.ସ.)- ବଲାଙ୍ଗିର ଜିଲ୍ଲାର ସାମ୍ବାଦିକ ଋତୁରାଜ ସିଂହ(ରିଟୁ) ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟର (ଓୟୁଜେ)ର ରାଜ୍ୟ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଭୁବନେଶ୍ଵର ଠାରେ ଥିବା ଓୟୁଜେ ଭବନରେ ଆୟୋଜିତ ନିର୍ବାଚନରେ ଶ୍ରୀ ସିଂହ ବିଜୟୀ ହେବା ପରେ ଆସନ୍ତା ଦୁଇ ବର୍ଷ ପାଇଁ ତାଙ୍କୁ ରାଜ୍ୟ ସଂଗଠନ ପକ୍ଷରୁ ସମ୍ପାଦକ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ଓୟୁଜେର ରାଜ୍ୟ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତ ନିର୍ବାଚିତ ହୋଇଛନ୍ତି । ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ଓୟୁଜେର ୫୪ତମ ପ୍ରତିଷ୍ଠା ଦିବସ ଅବସରରେ ଏନେଇ ଘୋଷଣା କରାଯାଇଥିଲା । ଶ୍ରୀ ସିଂହ ପୂର୍ବରୁ ମଧ୍ୟ ଓୟୁଜରେ ରାଜ୍ୟ ସାଂଗଠାନିକ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଓୟୁଜେ ରାଜ୍ୟ ସଂଗଠନର ନବନିର୍ବାଚିତ ନୂତନ ପଦାଧିକାରୀ ଓ ସମ୍ପାଦକ ଶ୍ରୀ ସିଂହଙ୍କୁ ଓୟୁଜେ ବଲାଙ୍ଗିର ଜିଲ୍ଲା ସଭାପତି ପ୍ରଦୀପ୍ତ ମିଶ୍ର, ଉପସଭାପତି ଶରତଚନ୍ଦ୍ର ମିଶ୍ର, ପ୍ରଭଜିତ ସିଂହ ସାଲୁଜା, ସାଧାରଣ ସଂପାଦକ ଅଭୟ ତ୍ରିପାଠୀ, ସଂପାଦକ ଅନୀଲ ତ୍ରିପାଠୀ, ତାପସ ବେହେରାଙ୍କ ସମେତେ ଜିଲ୍ଲାର ସମସ୍ତ ଓୟୁଜେ କର୍ମକର୍ତା ଏବଂ ସଦସ୍ୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ସେହିପରି ଜିଲ୍ଲା ନାଗରିକ କମିଟିର ସଭାପତି ଶ୍ରୀକର ମିଶ୍ର, ସଂପାଦକ ମଧୁସୁଦନ ନାଏକ, ରେଳ ଉପଭୋକ୍ତା ସଂଘର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର, ସଂପଦାକ ବିମଲ ଚକ୍ରବର୍ତୀଙ୍କ ସମେତ ବହୁ ସଂଗଠନ ପକ୍ଷରୁ ଶ୍ରୀ ସିଂହଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ