
ମୁଖୀଗୁଡା, ୧୧ ଜାନୁଆରୀ (ହି.ସ.)- ଆଜି ପ୍ରାୟ ସକାଳ ୯ଟା ୩୦ ସମୟରେ ଏକ ମହିନ୍ଦ୍ର। ପିକଅପ ନମ୍ବର ଓଡି ୦୮ଆର ୭୩୭୧ ଜୟପାଟଣାରୁ ବାନେର ରାସ୍ତାରେ ଯାଉଥିବା ବେଳେ ଦୁଇ ସ୍ଥାନରେ ଧକ୍କା ଦେବାରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଶିଶୁ ସମେତ ୩ ଜଣ ଆହତ ହୋଇଛନ୍ତି । ଜୟପାଟଣା ପୋଷ୍ଟ ଅଫିସ ନିକଟରେ ମହିନ୍ଦ୍ର। ପିକଅପ ପ୍ରଥମେ ଜୟପାଟଣା ଶିଶୁମନ୍ଦିରର ଗୁରୁଜୀ ଅଜୟ ପଣ୍ଡାଙ୍କୁ ଧକ୍କା ଦେଇ ପୁଣି ଜୟପାଟଣା ଗୀତା ଭବନ ନିକଟରେ ଏକ ସିଟି ୧୦୦ ମୋଟର ସାଇକେଲ ନମ୍ବର ଓଆର ୦୮ସି ୧୩୦୬କୁ ଧକ୍କା ଦେଇଥିଲା। ଫଳରେ ମୋଟର ସାଇକେଲ ଚାଳକ ସିନ୍ଧିକାଗୁଡା ଗ୍ରାମର କୁମୁଦ ମାଝୀ( ୩୦)ଙ୍କର ମୃତ୍ୟୁ ଘଟିଥିବା ବେଳେ ମୋଟର ସାଇକେଲରେ ବସିଥିବା କୁମୁଦଙ୍କ ଭାଉଜ ରଂଜନ ପ୍ରଭା ଏବଂ ତାଙ୍କ ୩ ବର୍ଷୀୟ ପୁତୁରା ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଭବାନୀପାଟଣା ଚିକିତ୍ସା ନିମନ୍ତେ ନିଆଯାଇଛି । ମୃତ କୁମୁଦ ସିନ୍ଧିକାଗୁଡା ଗ୍ରାମରୁ ଭାଉଜ ଏବଂ ପୁତୁରା ବରୁଣଙ୍କୁ କରଲାକୋଟ ଛାଡିବାକୁ ନେଉଥିଲେ । ପିକଅପକୁ ଜୟପାଟଣା ଥାନାରେ ଅଟକ ରଖାଯାଇଛି।
ହିନ୍ଦୁସ୍ଥାନ ସମାଚାର / ନିହାର