ସମ୍ବଲପୁର ବାସୀଙ୍କୁ ମିଳିବ ୨୪ ଘଂଟିଆ ବିଶୁଦ୍ଧ ପାନୀୟ ଜଳ : ୪୫୧.୨୪ କୋଟି ଟଙ୍କା ବ୍ୟୟରେ ବୃହତ ଜଳଯୋଗାଣ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନା
ସମ୍ବଲପୁର, ୧୧ ଜାନୁଆରୀ (ହି.ସ.) - ସମ୍ବଲପୁର ସହର ସାରା ବିଛାଯିବ ୩୪୦ କିଲୋମିଟର ଦୀର୍ଘ ପାଣି ପାଇପ୍‌ଲାଇନ୍ । ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଦିନକୁ ୧୦୦ ମିଲିଅନ୍ ଲିଟର ପାନୀୟ ଜଳ ପହଂଚିବ ଘରେ ଘରେ ପାନୀୟ ଜଳ ସମସ୍ୟାର ସମାଧାନ ସହ, ଅଂଚଳବାସୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିବ-ମୁଖ୍ୟମନ୍ତ୍ର
ସମ୍ବଲପୁର ବାସୀଙ୍କୁ ମିଳିବ ୨୪ ଘଂଟିଆ ବିଶୁଦ୍ଧ ପାନୀୟ ଜଳ : ୪୫୧.୨୪ କୋଟି ଟଙ୍କା ବ୍ୟୟରେ ବୃହତ ଜଳଯୋଗାଣ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନା


ସମ୍ବଲପୁର, ୧୧ ଜାନୁଆରୀ (ହି.ସ.) - ସମ୍ବଲପୁର ସହର ସାରା ବିଛାଯିବ ୩୪୦ କିଲୋମିଟର ଦୀର୍ଘ ପାଣି ପାଇପ୍‌ଲାଇନ୍ । ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଦିନକୁ ୧୦୦ ମିଲିଅନ୍ ଲିଟର ପାନୀୟ ଜଳ ପହଂଚିବ ଘରେ ଘରେ ପାନୀୟ ଜଳ ସମସ୍ୟାର ସମାଧାନ ସହ, ଅଂଚଳବାସୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିବ-ମୁଖ୍ୟମନ୍ତ୍ରୀ ମୋହନ୍ ମାଝୀ ସମ୍ବଲପୁର ସହରବାସୀଙ୍କ ଦୀର୍ଘଦିନର ପିଇବା ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ସମ୍ବଲପୁର ସହର ବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଉଦ୍ଦେଶ୍ୟରେ ୪୫୧ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟରେ ଏକ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭିତିପ୍ରସ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୂଚନାଯୋଗ୍ୟ ଯେ ଏହି ପ୍ରକଳ୍ପ ଅଧୀନରେ ସମ୍ବଲପୁର ସହର ମଧ୍ୟରେ ପ୍ରାୟ ୩୪୦ କିଲୋମିଟର ଦୀର୍ଘ ପାଣି ପାଇପ୍ ଲାଇନ୍ ବିଛାଯିବ। ସେଥିପାଇଁ ଗୋଟିଏ ଇନଟାକ୍ ୱୈଲ ଓ ଦୁଇଟି ଆଧୁନିକ ଜଳ ବିଶୋଧନ ପ୍ରକଳ୍ପ ନିର୍ମାଣ କରାଯିବ। ସମ୍ବଲପୁର ପଟେ ୬୫ ଏମ୍‌ଏଲଡି ଏବଂ ବୁର୍ଲା ପଟେ ୩୫ ଏମ୍‌ଏଲଡି କ୍ଷମତାର ଦୁଇଟି ଟ୍ରିଟମେଂଟ ପ୍ଲାଂଟ ସ୍ଥାପିତ ହେବ।

ଏହି ଅବସରରେ ଗଣମାଧ୍ୟମକୁ ବିବୃତି ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହା ପ୍ରକଳ୍ପ ମାଧ୍ୟମରେ ଦିନକୁ ମୋଟ ୧୦୦ ମିଲିଅନ୍ ଲିଟର ପାନୀୟ ଜଳ ଉପଲବ୍ଧ ହେବ। ଏହି ବୃହତ ପ୍ରକଳ୍ପ ଦ୍ୱାରା ସମ୍ବଲପୁର ସହରର ୪୧ଟି ୱାର୍ଡର ପ୍ରାୟ ୫ ଲକ୍ଷ ଜନସାଧାରଣ ଉପକୃତ ହେବେ। ଖରାଦିନରେ ସହରରେ ଦିନକୁ ପ୍ରାୟ ୩୦ ମିଲିଅନ୍ ଲିଟର, ଅର୍ଥାତ୍ ଦିନକୁ ୩ କୋଟି ଲିଟର ପାଣିର ଅଭାବ ହେଉଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ପାନୀୟ ଜଳ ସମସ୍ୟାର ସମାଧାନ ହେବା ସହିତ ସହରବାସୀ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ସୁବିଧା ପାଇପାରିବେ। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଏହି ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଅମୃତ ୨.୦ ଯୋଜନା ଅଧୀନରେ “ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍‌”ଯୋଜନାର ଅଂଶ। ଏଥିରେ ସହରବାସୀ ସିଧାସଳଖ ଟ୍ୟାପ୍‌?ରୁ ପାଣି ଆଣି ପିଇପାରିବେ, ଯାହାକୁ ଅଲଗା ଭାବେ ଫିଲ୍ଟର କରିବାର ଆବଶ୍ୟକତା ରହିବ ନାହିଁ। ଭଲ ଓ ସୁରକ୍ଷିତ ପାନୀୟ ଜଳ ଯୋଗୁ ସମ୍ବଲପୁର ବାସୀଙ୍କ ଜୀବନ ଧାରଣର ମାନରେ ଗୁଣାତ୍ମକ ପରିବର୍ତନ ଆସିବ । ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ, ପଂଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରି ନାଏକ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande