

ବଲାଙ୍ଗିର, ୧୧ ଜାନୁଆରୀ (ହି.ସ.)- ଶ୍ରୀମଦ ଦ୍ଭଗବତ ଗୀତା ଜ୍ଞାନ ଜୀବନାଭିମୁଖୀ କରି ସଂସ୍କୃତ ଭାଷାର ପ୍ରଚାର ପ୍ରସାର ହେତୁ ଜନଜାଗରଣ ସୃଷ୍ଟି କରିବା ପାଇଁ ସଂସ୍କୃତ ଭାରତୀ ଦ୍ବାରା ଜିଲ୍ଲା ସ୍ତରୀୟ ଗୀତା ଜୟନ୍ତୀ ସମାରୋହ ରବିବାର ଦିନ ବଲାଙ୍ଗୀର ନଗର ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ଆୟୋଜନ କରାଯାଇଥିଲା। ଏହି ଅବସରରେ ଗୀତା ଦ୍ଵାରା ଆଧୁନିକ ସମାଜ ସମୁଚିତ ମାର୍ଗ ଅନୁସରଣ କରିବ ବୋଲି ମୁଖ୍ୟ ବକ୍ତା ରୂପେ ସଂସ୍କୃତ ଭାରତୀ, ପଶ୍ଚିମ ଓଡ଼ିଶାର ପ୍ରାନ୍ତ ସମ୍ପାଦକ ଅଜିତ କୁମାର ପଣ୍ଡା ମତପୋଷଣ କରିଥିଲେ। ସମ୍ମାନିତ ଅତିଥି ଭାବେ ଅର୍ଥନୀତି ବିଭାଗାଧ୍ୟକ୍ଷ ବିଭୂତିଭୂଷଣ ସାହୁ ଆଜିର ଯୁଗରେ, ଯେଉଁଠି ଚାପ, ଅଶାନ୍ତି ଓ ଅସ୍ଥିରତା ବଢ଼ୁଛି, ସେଠାରେ ଗୀତାର ବାଣୀ ଆମ ପାଇଁ ଏକ ଆଲୋକସ୍ତମ୍ଭ ସଦୃଶ। ଏବଂ ମୁଖ୍ୟ ଅତିଥି ରୂପେ ପ୍ରଜ୍ଞାନ ମିଶନ, ବଲାଙ୍ଗିର ଜିଲ୍ଲା ସଂଯୋଜକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଗୀତା ଅଧ୍ୟୟନ ଦ୍ଵାରା ବିଦ୍ୟାର୍ଥୀଙ୍କ ସର୍ବାଙ୍ଗୀଣ ଉନ୍ନତି ହୁଏ ବୋଲି ମତବ୍ୟକ୍ତ କରିଥିଲେ। ବିଶିଷ୍ଟ ଅତିଥି ରୂପେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ର ସଂସ୍କୃତ ବିଭାଗାଧ୍ୟକ୍ଷ ଅମରେଶ୍ବର ନାୟକ ଯୋଗଦେଇ ଥିବା ବେଳେ ଉଦ୍ଘାଟନ କାର୍ଯ୍ୟକ୍ରମ ରେ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରାନ୍ତ ପ୍ରଚାର ପ୍ରମୁଖ ତଥା ଆଦର୍ଶ ବିଦ୍ୟାଳୟ ପଥରଚେପାର ଶେଷଦେବ ମିଶ୍ର, ଉଦ୍ଦେଶ୍ୟ ଜ୍ଞାପନ ପ୍ରାନ୍ତ ସହମନ୍ତ୍ରୀ ଡ଼. ମାନସରଞ୍ଜନ ସାହୁ, ଧନ୍ୟବାଦ ଜ୍ଞାପନ ଶିକ୍ଷକ ବୀରକିଶୋର ସୁନା ଏବଂ ସଭା ସଂଚାଳନ ରୀନା ମିଶ୍ର କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନେ ଏହି ଅବସରରେ ପୁରସ୍କୃତ ହୋଇଥିଲେ।
ପ୍ରସନ୍ନ ଗଡତ୍ୟା, ଶ୍ୱେତପଦ୍ମା ଷଡ଼ଙ୍ଗୀ, ଆଦର୍ଶ ମହାପାତ୍ର, ଦେବଦତ୍ତ ଦ୍ୱିବେଦୀ, ପଦ୍ମାଳୟା ତ୍ରିପାଠୀ, ପଦ୍ମାବତୀ ଜାଲ, ସ୍ବାଗତିକା ପଟେଲ, ଅର୍ଚ୍ଚନା ତାଣ୍ଡି, ଭାଗିରଥୀ ସାହୁ, ସ୍ୱାଗତିକା ଷଡ଼ଙ୍ଗୀ, ଶକୁନ୍ତଳା ମାଝୀ, ଆନନ୍ଦ କୁମାର ସାହୁ,
ଉର୍ମିଳା ସ୍ବାଇଁ ଆଦି କାର୍ଯ୍ୟକର୍ତ୍ତା ମାନେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ