ସୋମନାଥ ସ୍ୱାଭିମାନ ବର୍ଷ – ୨୦୨୬ ପାଳିତ
ମାଲକାନଗିରି, ୧୨ ଜାନୁଆରି (ହି.ସ.)ସୋମନାଥ ମନ୍ଦିର ଉପରେ ହୋଇଥିବା ଆକ୍ରମଣର ୧୦୦୦ ବର୍ଷ ଓ ମନ୍ଦିର ପୁନଃ ର୍ନିର୍ମାଣର ୭୫ ବର୍ଷ ପୂର୍ତ୍ତି ଅବସରରେ, ଆମ ଧର୍ମୀୟ ସହନଶୀଳତା, ପୁନଃଉଦ୍ଧାର ଓ ନିରନ୍ତରତାକୁ ରାଷ୍ଟ୍ରସ୍ତରରେ ପ୍ରତିବିମ୍ବିତ କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷକୁ “ସୋମନାଥ ସ୍ୱାଭିମାନ ବର୍ଷ
ସୋମନାଥ ସ୍ୱାଭିମାନ ବର୍ଷ – ୨୦୨୬ ପାଳିତ


ମାଲକାନଗିରି, ୧୨ ଜାନୁଆରି (ହି.ସ.)ସୋମନାଥ ମନ୍ଦିର ଉପରେ ହୋଇଥିବା ଆକ୍ରମଣର ୧୦୦୦ ବର୍ଷ ଓ ମନ୍ଦିର ପୁନଃ ର୍ନିର୍ମାଣର ୭୫ ବର୍ଷ ପୂର୍ତ୍ତି ଅବସରରେ, ଆମ ଧର୍ମୀୟ ସହନଶୀଳତା, ପୁନଃଉଦ୍ଧାର ଓ ନିରନ୍ତରତାକୁ ରାଷ୍ଟ୍ରସ୍ତରରେ ପ୍ରତିବିମ୍ବିତ କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷକୁ “ସୋମନାଥ ସ୍ୱାଭିମାନ ବର୍ଷ” ଭାବେ ପାଳନ କରାଯାଉଛି।

ଏହି ଅବସରରେ ବିଜେପି କାଲିମେଳା ମଣ୍ଡଳର ଏମଭି ୯୦ ଗ୍ରାମରେ ଅବସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଆଜି ପୂଜାର୍ଚନା,ଓଁକାର ମନ୍ତ୍ର ଜପ

ପ୍ରଦୀପ ପ୍ରଜ୍ୱଳନକାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ଓ ଯୁବ ସାଥୀମାନଙ୍କ ସକ୍ରିୟ ସହଯୋଗରେ ସଫଳ ଭାବେ ସମ୍ପନ୍ନ ହୋଇଥିଲା।

ଏହି ଅବସର ରେ ଜିଲ୍ଲା ସମ୍ପାଦକ ବିଜେପି ଇ. ଭେଙ୍କଟ ରାଓ,ମଣ୍ଡଳ ଯୁବମୋର୍ଚା ସଭାପତି ସୁମନ ବିଶ୍ୱାସ,ପୂର୍ବତନ ମଣ୍ଡଳ ସଭାପତି ରତ୍ନାକର ପାଣିଗ୍ରାହୀ,ପୂର୍ବତନ ଯୁବମୋର୍ଚା ସଭାପତି ଅବଦୁତ ପ୍ରଶାଦ ଦୁର୍ଗା,ବରିଷ୍ଠ କାର୍ଯ୍ୟକର୍ତ୍ତା ଅମଳ ମଣ୍ଡଳ, ବିସିକେଶନ ଦାଶ

ତଥା ବହୁ ସଂଖ୍ୟକ ଯୁବ ସାଥୀ, କାଲିମେଳା କଲେଜର ଛାତ୍ରଛାତ୍ରୀ ଓ ଗ୍ରାମବାସୀ ବୃନ୍ଦ

ଶିବ ଠାକୁରଙ୍କ ଆଶୀର୍ବାଦ ନେଇ ସମସ୍ତଙ୍କ ସୁଖ, ସମୃଦ୍ଧି ଓ କଲ୍ୟାଣ କାମନା କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande