ଜୟପୁର ସାଂସ୍କୃତିକ ଅନୁଷ୍ଠାନର ନାଟକ ପ୍ରତିଯୋଗୀତାରେ ସଫଳତା
ଜୟପୁର, ୧୧ ଜାନୁଆରୀ (ହି.ସ.)- ନବମ ରାଜ୍ୟ ସ୍ତରୀୟ ମଞ୍ଚ ନାଟକ ତଥା ୩୫ତମ ଗଞ୍ଜାମ କଳା ପରିଷଦ ମଞ୍ଚ କଳାକାର ପରିଚାଳିତ ନାଟକ ପ୍ରତିଗୋଟିତାରେ ଜୟପୁର ସାଂସ୍କୃତିକ ଅନୁଷ୍ଠାନ ଜୟପୁର ଦ୍ୱାରା ଅଭିନୀତ ନାଟକ, ''ମା ଲୋ ଚାମ୍ବର ଆଣି ଦେଇଛି କୋରାପୁଟକୁ ନୂଆବର୍ଷ ଭେଟି। ଜଗଦୀଶ ଅଧିକାରୀଙ୍କ ରଚିତ ଓ ନି
ଜୟପୁର ସାଂସ୍କୃତିକ ଅନୁଷ୍ଠାନର ନାଟକ ପ୍ରତିଯୋଗୀତାରେ ସଫଳତା


ଜୟପୁର, ୧୧ ଜାନୁଆରୀ (ହି.ସ.)- ନବମ ରାଜ୍ୟ ସ୍ତରୀୟ ମଞ୍ଚ ନାଟକ ତଥା ୩୫ତମ ଗଞ୍ଜାମ କଳା ପରିଷଦ ମଞ୍ଚ କଳାକାର ପରିଚାଳିତ ନାଟକ ପ୍ରତିଗୋଟିତାରେ ଜୟପୁର ସାଂସ୍କୃତିକ ଅନୁଷ୍ଠାନ ଜୟପୁର ଦ୍ୱାରା ଅଭିନୀତ ନାଟକ, 'ମା ଲୋ ଚାମ୍ବର ଆଣି ଦେଇଛି କୋରାପୁଟକୁ ନୂଆବର୍ଷ ଭେଟି। ଜଗଦୀଶ ଅଧିକାରୀଙ୍କ ରଚିତ ଓ ନିରଞ୍ଜନ ପାଣିଗ୍ରାହୀଙ୍କ ଦ୍ୱାରା ନିର୍ଦ୍ଦେଶିତ, ପରିଚାଳିତ ଏବଂ ଜି. ମହେଶ, ରାମ ନିଗମ ମହାନ୍ତିଙ୍କ ସଙ୍ଗୀତ ତଥା ସୁରେଶ ହୋତା, ପଞ୍ଚାନନ ମିଶ୍ର, ବୃସିଂହ ଷଡ଼ଙ୍ଗୀ, ସରୋଜ ମିଶ୍ର, ନିରଞ୍ଜନ ପାଣିଗ୍ରାହୀ, ପବିତ୍ର ମଲ୍ଲିକ, ବିଜୟ ଲଷ୍ମୀ ପାଣିଗ୍ରାହୀ ଏବଂ ନିବେଦନ ପାଣିଗ୍ରାହୀଙ୍କ ଅଭିନୀତ ନାଟକ ବ୍ରହ୍ମପୁର ମଞ୍ଚରେ ଦ୍ଵିତୀୟ ସର୍ବଶେଷ୍ଠ ନାଟକ ଦଳ, ସର୍ବଶେଷ୍ଠ ହାସ୍ୟ କଳାକାର ପବିତ୍ର ମଲ୍ଲିକ, ସର୍ବଶେଷ୍ଠ ପାର୍ଶ୍ୱ ଅଭିନେତା ନୃସିଂହ ଷଡ଼ଙ୍ଗୀ ଦ୍ଵିତୀୟ ସର୍ବଶେଷ୍ଠ ନାଟ୍ୟକାର ଜଗଦୀଶ ଅଧିକାରୀ ପୁରସ୍କୃତ ହେଇଛନ୍ତି। ନାଟକଟି କୋଟିଆର କରୁଣ କାହାଣୀ ତଥା ସେଠାକାର ଅଧିବାସୀ ଏବଂ ଓକିଲଙ୍କ ସଂଘର୍ଷ ଉପରେ ଆଧାରିତ ଥିଲା ଏବଂ ଦର୍ଶକଙ୍କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବାନ୍ଦୀ ରଖି ବାରେ ସଫଳତା ହାସଲ କରି ପାରିଥିଲା।

ଜୟପୁର କଳାକାର ବୃନ୍ଦ ଏବଂ କଳା ପ୍ରେମି ମାନେ କଳାକାର ମାନଙ୍କ ସଫଳତାରେ ଶୁଭେଚ୍ଛା ପ୍ରଦାନ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande