ସ୍ୱତନ୍ତ୍ର ଶୀତକାଳିନ ଶିବିର ଉଦଘାଟିତ
ଜୟପୁର, ୧୧ ଜାନୁଆରି (ହି.ସ.) - ସରକାରୀ ମହିଳା ବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ୭ଦିନିଆ ସ୍ୱତନ୍ତ୍ର ଶୀତକାଳୀନ ଶିବିର ଦୁବୁଲି ଠାରେ ଉଦଘାଟିତ ହୋଇଯାଇଛି। ଏହି ଶିବିର ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଶିବିରରେ ମୋଟ ୫୦ଜଣ ଛାତ୍ରୀ ଭାଗ ନେଇଛନ୍ତି। ଉଦଘାଟନୀ ଉତ୍ସବରେ ମୁଖ୍ୟ
ସ୍ବତନ୍ତ୍ର ଶୀତକାଳିନ ଶିବିର ଉଦଘାଟିତ


ଜୟପୁର, ୧୧ ଜାନୁଆରି (ହି.ସ.) - ସରକାରୀ ମହିଳା ବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ୭ଦିନିଆ ସ୍ୱତନ୍ତ୍ର ଶୀତକାଳୀନ ଶିବିର ଦୁବୁଲି ଠାରେ ଉଦଘାଟିତ ହୋଇଯାଇଛି। ଏହି ଶିବିର ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଶିବିରରେ ମୋଟ ୫୦ଜଣ ଛାତ୍ରୀ ଭାଗ ନେଇଛନ୍ତି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରକାରୀ ମହିଳା ବିଦ୍ୟାଳୟ ଅଧ୍ୟକ୍ଷ ଡ. ବିବେକାନନ୍ଦ ସୁନା, ଯୁକ୍ତ ୨ ଜାତୀୟ ସେବା ଯୋଜନା ଅଧିକାରୀ ସୀମା ମହାପାତ୍ର, ଓଡିଆ ବିଭାଗର ଅଧ୍ୟାପକ ବିଦ୍ୟାଧର ମାଳି, ପରଦେଶୀ ହାଲବା, ହଳଧର ସମରଲିଆ ପ୍ରମୁଖ ଯୋଗ ଦେଇଥିଲେ। ଏହି ଶିବିରର ଲକ୍ଷ ଓ ଉଦ୍ଧେଶ୍ୟ ବିଷୟରେ ଅତିଥି ମାନେ ଆଲୋକପାତ କରିବା ସହ ପରିବେଶ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ ସପ୍ସପର୍କରେ ଗ୍ରାମବାସୀଙ୍କୁ ସଚେତନ କରାଇବାକୁ ପରାମର୍ଶ ଦେଇଥିଲେ। ଯୁକ୍ତ ୩ ଜାତୀୟ ସେବା ଯୋଜନା ଅଧିକାରୀ ସୁନିତା କୁମାରୀ ପ୍ରଧାନ ଶିବିର ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande