ବାଲି ମାଫିଆଙ୍କ ଦାଦାଗିରି
  ଶହ ଶହ ଟ୍ରିପ ବାଲି ମାଟି ଚୋରାରେ ବିକ୍ରି, ପ୍ରଶାସନ ନିରବ କେନ୍ଦ୍ରାପଡା, 11 ଜାନୁଆରି (ହି.ସ.) ରାଜ୍ୟ ସରକାର ଖଣି ଖଦାନ, ବାଲି ମାଟି ଚୋରା ବନ୍ଦ କରିବାପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ବାଲି ମାଫିଆ ମାନେ ଏହାକୁ ଖାତିର ନକରି ଅଳଭା ବାଲି ଘ
ବାଲି ମାଫିଆଙ୍କ ଦାଦାଗିରି


ଶହ ଶହ ଟ୍ରିପ ବାଲି ମାଟି ଚୋରାରେ ବିକ୍ରି, ପ୍ରଶାସନ ନିରବ

କେନ୍ଦ୍ରାପଡା, 11 ଜାନୁଆରି (ହି.ସ.) ରାଜ୍ୟ ସରକାର ଖଣି ଖଦାନ, ବାଲି ମାଟି ଚୋରା ବନ୍ଦ କରିବାପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ବାଲି ମାଫିଆ ମାନେ ଏହାକୁ ଖାତିର ନକରି ଅଳଭା ବାଲି ଘାଟରୁ ଦୈନିକ ଶହ ଶହ ଟ୍ରିପ ବାଲି ଓ ମାଟି ଚୋରା ଚାଲାଣ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଏ ବାବଦରେ ରାଜ୍ୟ ସରକାର ବର୍ଷକୁ କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି । ବ୍ରାହ୍ମଣୀ ନଈ କୂଳରୁ ଦୈନିକ ମାଟି ଓ ବାଲି ଉଠାଉ ଥିବାରୁ ଗ୍ରାମବାସୀ ଏହାର ତୀବ୍ର ବିରୋଧ କରିବାରୁ ବାଲି ମାଫିଆ ମାନେ ଏମାନଙ୍କୁ ନିସ୍ତୁକ ମାଡ ମରି ଜୀବନରୁ ମାରିବାକୁ ଧମକ ଦେଉଥିବା ନେଇ ଥାନାରେ ଅଭିଯୋଗ ହେବା ସହ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଛି । ସ୍ଥାନୀୟ ପୋଲିସ ଅଧିକାରୀ ନାମକୁ ମାତ୍ର ଏକ ମାମଲା ରୁଜୁ କରି ହାତ ବାନ୍ଧି ବସିଛନ୍ତି । ଏହି ମାଫିଆ ମାନେ ଖାଦାନରୁ ବାଲି ମାଟି ଉଠାଇବା ସହ ସ୍ଥାନୀୟ ଅଂଚଳରେ ଥିବା ଚାଷୀ ମାନଙ୍କ ଜମିରୁ ମଧ୍ୟ ମାଟି ଜୋର ଜବରଦସ୍ତି ଉଠାଇ ବିକୁଛନ୍ତି । ଏହି ଚୋରା ବାଲି ମାଟି ଚାଲାଣକୁ ବନ୍ଦ କରିବା ପାଇଁ ଅଳଭା ଗ୍ରାମବାସୀ ମାନଙ୍କ ତରଫରୁ ତପସ୍ୱନୀ ମଲିକ, ଲଲାଟେନ୍ଦୁ ଗ୍ରହାଚାର୍ଯ୍ୟ, ପ୍ରମୋଦ ମଲିକ, ଦିନେଶ କୁମାର ମଲିକ, ରୁଦ୍ର ପ୍ରସାଦ ମଲିକ, ମାନସ ମଲିକ, ସୁଭେନ୍ଦୁ ମଲିକ, ସଦାନନ୍ଦ ମଲିକ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରି ଏମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଚୋରା ବାଲି ଓ ମାଟି ଚାଲାଣ ବନ୍ଦ କରିବାକୁ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande