
ଭୁବନେଶ୍ୱର, 11 ଜାନୁଆରି (ହି.ସ.)- ଆଜିଠାରୁ ବୌଦ୍ଧ ଧର୍ମର ଦ୍ଵିତୀୟ ଗୁରୁ ପଦ୍ମସମ୍ଭବ ସମାରୋହ-୨ ଶୁଭାରମ୍ଭ।
ବିଶ୍ୱବିଖ୍ୟାତ ବୌଦ୍ଧପୀଠ ଉଦୟଗିରିର ପବିତ୍ର ଭୂମିରେ ଜାନୁଆରୀ ୧୧ରୁ ଆରମ୍ଭ ହେଉଛି ବୌଦ୍ଧ
ଧର୍ମର ଦ୍ଵିତୀୟ ଗୁରୁ ପଦ୍ମସମ୍ଭବ ସମାରୋହ । ଜାନୁଆରୀ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି
ବିଶ୍ୱ ବୌଦ୍ଧଧର୍ମ ପ୍ରାର୍ଥନା ସମାରୋହରେ ଭାରତ ସମେତ ପ୍ରାୟ ୧୭ଟି ରାଷ୍ଟ୍ରର ପ୍ରତିନିଧି ଯୋଗ
ଦେଉଛନ୍ତି । ଉଦୟଗିରି ଠାରେ ଦ୍ଵିତୀୟ ବୁଦ୍ଧ ପଦ୍ମସମ୍ଭବଙ୍କ ଦେହାବଶେଷ ଥିବାର ବିଶ୍ୱାସ
କରାଯାଉଥିବାରୁ ଏହା ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ପବିତ୍ର ତୀର୍ଥଭୂମିରେ ପରିଣତ ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା