
ଭୁବନେଶ୍ୱର, 11 ଜାନୁଆରି (ହି.ସ.)- ବଡ ଧରଣର ସାଇବର ସିଣ୍ଡିକେଟକୁ ଧରିଲା ପୋଲିସ I 7 ବର୍ଷରୁ ଅଧିକ ସମୟ ହେବ
ଭୁବନେଶ୍ବରରେ ଅଫିସ ଖୋଲି ଚଳାଇଥିଲେ ନେଟୱାର୍କ I 20 କୋଟିରୁ ଉର୍ଦ୍ଧ
ଟଙ୍କାର ସାଇବର ଠକେଇରେ ସମ୍ପୃକ୍ତ ଗ୍ୟାଙ୍ଗକୁ ମାଡି ବସିଲା ପୋଲିସ I ସାଇବର ଠକେଇ ମାମଲାରେ ବିଭିନ୍ନ
ରାଜ୍ୟର 12 ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ I ଓଡ଼ିଶାରେ ଚାଲୁଥିଲା ଅଫିସ ଉପରେ ରେଡ୍ ମାରିଲା ବଡଗଡ଼ ଥାନା । ବିପୁଳ
ମାତ୍ରରେ ଫୋନ, ଲାପଟପ, କାଗଜ ପତ୍ର ଜବତ କରାଯାଇଛି I ଓଡିଶାର ଦେବାଶିଷ ତ୍ରିପାଠୀ ସମ୍ପୃକ୍ତ ଥିବା ବେଳେ ନିଜ ଘରେ
କ୍ରିମିନାଲଙ୍କୁ ଆଶ୍ରୟ ଦେଇଥିଲା ଅଭିଯୁକ୍ତ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା