
ଭୁବନେଶ୍ୱର, 11 ଜାନୁଆରି (ହି.ସ.)- ଜାତୀୟ ପ୍ରତିଯୋଗିତାରେ ଓଡ଼ିଆ ୱେଟଲିଫ୍ଟରଙ୍କ ସଫଳତା । ମୋଦି ନଗରରେ
ଖେଳାଯାଉଥିବା ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ୱେଟ ଲିଫଟିଙ୍ଗ ଲିଗରେ ଓଡିଶାକୁ ତିନୋଟି ଗୋଲଡ
ଏବଂ ଗୋଟିଏ ବ୍ରୋଞ୍ଜ ମିଳିଛି । ଓଡ଼ିଆ ପ୍ରତିଯୋଗୀ ଅଙ୍କିତା ପ୍ରଧାନ 58 କେଜି ବାଳିକା ବର୍ଗରେ
ସ୍ବର୍ଣ୍ଣ ଏବଂ ୟୁଥ ଡିଭିଜନରେ ବ୍ରୋଞ୍ଜ ପଦକ ପଦକ ଜିତିଥିବା ବେଳେ ସ୍ଵାତଲିନା ମହାନ୍ତି 63
କେଜି ବର୍ଗରେ ୟୁଥ ଏବଂ ଜୁନିଅରରେ ଡବଲ ଗୋଲଡ ଜିତିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା