ରାଷ୍ଟ୍ରଦୀପ ପାଠକ ସମିତି ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ପକ୍ଷରୁ ଆଲୋଚନା ଚକ୍ର
ଧର୍ମଶାଳା,୧୧ଜାନୁଆରୀ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକା ହାଇସ୍କୁଲସ୍ଥିତ ଆମ ପାଠାଗାର ପରିସରରେ ରାଷ୍ଟ୍ରଦୀପ ପାଠକ ସମିତି ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ମାଳିକା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କଥାକାର ଅର୍ଜୁନ ଚରଣ ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ
ରାଷ୍ଟ୍ରଦୀପ ପାଠକ ସମିତି ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ପକ୍ଷରୁ ଆଲୋଚନା ଚକ୍ର


ଧର୍ମଶାଳା,୧୧ଜାନୁଆରୀ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକା ହାଇସ୍କୁଲସ୍ଥିତ ଆମ ପାଠାଗାର ପରିସରରେ ରାଷ୍ଟ୍ରଦୀପ ପାଠକ ସମିତି ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ମାଳିକା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କଥାକାର ଅର୍ଜୁନ ଚରଣ ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ପ୍ରବଚକ ବିଭୂତି ଭୁଷଣ ପାଳ ଓ ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡିତ ଯୋଗଦେଇ ସନ୍ଥ ଯଶୋବନ୍ତ ଦାସ , ଅଚ୍ୟୁତାନନ୍ଦ ଦାସ ଓ ହାଡ଼ିବନ୍ଧୁ ଦାସଙ୍କ ମାଳିକା ବିଚାର ଉପରେ ଆଲୋଚନା କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ବ୍ରଜକିଶୋର ଦାସ, କବି ସଂଗ୍ରାମ କେଶରୀ ଜେନା, ଉପଦେଷ୍ଟା ଇଶ୍ୱର ଚନ୍ଦ୍ର ପ୍ରଧାନ ଓ ଅନୁଷ୍ଠାନର ସଭାପତି ନୃସିଂହ ଚରଣ ମିଶ୍ର ପ୍ରମୁଖ ମାଳିକା ଉପରେ ଆଲୋଚନା କରିଥିଲେ । ସଂପାଦକ ଚିତରଞ୍ଜନ ମହାନ୍ତି ସଂପାଦକୀୟ ବିବରଣୀ ପାଠ କରିଥିଲେ । ସହକାରୀ ଶିକ୍ଷକ ଡ଼. ଅଜୟ କୁମାର ମହାପାତ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରଧାନ ଶିକ୍ଷକ ରଶ୍ମୀରଂଜନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande