
ଭୁବନେଶ୍ୱର, 11 ଜାନୁଆରି (ହି.ସ.)-ରାଉରକେଲା ବିମାନ ଦୁର୍ଘଟଣା ସ୍ଥଳରେ ଏଏଆଇବି ଓ ଡିଜିସିଏ ଟିମ ପହଂଚି
ତଦନ୍ତ ଆରମ୍ଭ କରିଛନ୍ତି । ବେସରକାରୀ ବିମାନ ଚଳାଚଳ ସଚିବ ଉଷା ପାଢ଼ୀ ମଧ୍ୟ ପହଂଚିଛନ୍ତି । ତାଙ୍କ
ସହ ସାଙ୍ଗରେ ଅଛନ୍ତି ବରିଷ୍ଠ ଅଧିକାରୀ 2 ଜଣିଆ ଡାକ୍ତରୀ ଟିମ୍ ଅଛନ୍ତି ।
ରାଉରକେଲାରେ ପହଂଚିଛନ୍ତି ପରିବହନ ସଚିବ ଉଷା ପାଢ଼ୀ । ଚାର୍ଟର ବିମାନ ଦୁର୍ଘଟଣାର ତଦନ୍ତ
କରିବ ଏଏଆଇବି ଓ ଡିଜିସିଏ । ଘଟଣା ସ୍ଥଳରେ ଏଏଆଇବିର 4 ଜଣିଆ ଟିମ୍ ପଂହଚିଛନ୍ତି । କେମିତି
ହେଲା ଦୁର୍ଘଟଣା, କାହିଁକି କରାଗଲା ଫୋର୍ସ ଲ୍ୟାଣ୍ଡିଂ କରିବେ ତଦନ୍ତ । କେଉଁ କାରଣ
ପାଇଁ ମଝି ଆକାଶରୁ ଖସିଲା ବିମାନ । ତାକୁ ନେଇ ଏଏଆଇବି ଓ ଡିଜିସିଏ ଟିମ୍ଆସି ତାଦାରଖ କରୁଛନ୍ତି। ବରିଷ୍ଠ ଅଧିକାରୀଙ୍କ ସହ ପରିବହନ ସଚିବ ଉଷା ପାଢ଼ୀ ଆଲୋଚନା
କରିଛନ୍ତି । ୨ ଜଣିଆ ଡାକ୍ତରୀ ଟିମ୍ ମଧ୍ୟ ରାଉରକେଲାରେ ପହଞ୍ଚିଛନ୍ତି ।
ବିମାନ ଦୁର୍ଘଟଣା ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ନଜର ରଖିଛନ୍ତି ବୋଲି ସଚିବ ଉଷା ପାଢୀ
କହିଛନ୍ତି । ସେ କହିଛନ୍ତି ଯେ, 'ଆହତଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ
ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସବୁ ପ୍ରକାର ସୁବିଧା ସହଯୋଗ ଯୋଗାଇ ଦିଆଯାଇଛି । ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା
ଯାଞ୍ଚ ପାଇଁ ୨ ଜଣିଆ ଡାକ୍ତରୀ ଟିମ୍ ମେଡିକାଲକୁ ଯାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା