ରାଉରକେଲା ବିମାନ ଦୁର୍ଘଟଣା-ରାଉରକେଲା ପଠାଗଲା ଦୁଇ ଡାକ୍ତର
ଭୁବନେଶ୍ୱର, 11 ଜାନୁଆରି (ହି.ସ.)- ରାଉରକେଲା ବିମାନ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ରାଉରକେଲାକୁ ଦୁଇ ଡାକ୍ତରଙ୍କୁ ପଠାଯାଇଥିବା ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଏନେଇ ମନ୍ତ୍ରୀ କହିଛନ୍ତି ଯେ, ଗତକାଲି ରାଉରକେଲାରେ ଘଟିଥିବା ବିମାନ ଦୁର୍ଘଟଣା
ରାଉରକେଲା ବିମାନ ଦୁର୍ଘଟଣା-ରାଉରକେଲା ପଠାଗଲା ଦୁଇ ଡାକ୍ତର


ଭୁବନେଶ୍ୱର, 11 ଜାନୁଆରି (ହି.ସ.)- ରାଉରକେଲା ବିମାନ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ରାଉରକେଲାକୁ ଦୁଇ

ଡାକ୍ତରଙ୍କୁ ପଠାଯାଇଥିବା ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଏନେଇ

ମନ୍ତ୍ରୀ କହିଛନ୍ତି ଯେ, ଗତକାଲି ରାଉରକେଲାରେ ଘଟିଥିବା ବିମାନ ଦୁର୍ଘଟଣାରେ ଯାତ୍ରୀମାନଙ୍କ

ଚିକିତ୍ସାକୁ ଆମ ସରକାର ପ୍ରାଥମିକତା ଦେଉଛି। ଆଜି ଏସ.ସି.ବି ମେଡ଼ିକାଲ କଲେଜ ଏବଂ ଧରଣୀଧର

ମେଡ଼ିକାଲ କଲେଜର ସ୍ନାୟୁ ବିଭାଗ ଓ କ୍ରିଟିକାଲ

କେୟାର ର ଦୁଇଜଣ ବରିଷ୍ଠ ଡ଼ାକ୍ତର ଅନୁପ ମହାପାତ୍ର ଏବଂ ଦେବାଶିଷ ସ୍ୱାଇଁ ହେଲିକପ୍ଟର ଯୋଗେ

ରାଉରକେଲା ଯଥାଶୀଘ୍ର ଯାଉଛନ୍ତି। ସମସ୍ତ ଯାତ୍ରୀଙ୍କ ଚିକିସ୍ତା,

ଉଦ୍ଧାର

ଓ ଆନୁସଙ୍ଗିକ ସୁବିଧା ପାଇଁ ରାଜ୍ୟ ସରକାର ସବୁ ପ୍ରକାରର ସହଯୋଗ କରୁଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande