
ଭୁବନେଶ୍ୱର, 11 ଜାନୁଆରି (ହି.ସ.)- ଭୁବନେଶ୍ବର ସାଲିଆସାହିରେ ପୁଣି ବେଆଇନ୍ ଦେଶୀ ମଦ କାରଖାନା ଠାବ ହୋଇଛି । ପୋଚ ସାଙ୍ଗକୁ ମଦ ପ୍ରସ୍ତୁତ ସାମଗ୍ରୀ ବି
ଜବତ ହୋଇଛି। ଭୁବନେଶ୍ବର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଠାବ କରାଯାଇଛି ଏହି ମଦ
ଫ୍ୟାକ୍ଟ୍ରି । ଚୋରା ଦେଶୀ ମଦ ଭାଟି ଉପରେ ରେଡ କରୁଛି ଅବକାରୀ ବିଭାଗ । ରେଡରେ ସାମିଲ ଅଛନ୍ତି ଅବକାରୀ ଥାନା ଅଧିକାରୀ, ସ୍ୱତନ୍ତ୍ର ଟିମ । 6ହଜାରରୁ ଅଧିକ ପୋଚ ନଷ୍ଟ ଏବଂ 1000ଲିଟର ଦେଶୀ
ମଦ ନଷ୍ଟ କରାଯାଇଛି । 6ଟି ଦେଶୀ ମଦ କାରଖାନା ନଷ୍ଟ କରିଛି ଅବକାରୀ ବିଭାଗ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା