ସିନ୍ଦୁରିଆ ପ୍ରିମିୟର ଲିଗ କ୍ରକେଟ : ଫାଇନାଲରେ ଭୁବନେଶ୍ୱର ଦଳ
ସିନ୍ଦୁରିଆ ପ୍ରିମିୟର ଲିଗ କ୍ରକେଟ : ଫାଇନାଲରେ ଭୁବନେଶ୍ୱର ଦଳଧର୍ମଶାଳା,୧୧ଜାନୁଆରୀ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ସିନ୍ଦୁରିଆ ଖେଳପଡିଆରେ ଚାଲିଥିବା ସିନ୍ଦୁରିଆ ପ୍ରିମିୟର ଲିଗରେ ଆଜି ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ସାଗର ଇଲେଭେନ ଜାରକାକୁ ୧୨୮ ରନରେ ପରାସ୍ତ କରି ଭୁବନେଶ୍ୱର କ୍ଲବ
ସିନ୍ଦୁରିଆ ପ୍ରିମିୟର ଲିଗ କ୍ରକେଟ  : ଫାଇନାଲରେ ଭୁବନେଶ୍ୱର ଦଳ


ସିନ୍ଦୁରିଆ ପ୍ରିମିୟର ଲିଗ କ୍ରକେଟ : ଫାଇନାଲରେ ଭୁବନେଶ୍ୱର ଦଳଧର୍ମଶାଳା,୧୧ଜାନୁଆରୀ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ସିନ୍ଦୁରିଆ ଖେଳପଡିଆରେ ଚାଲିଥିବା ସିନ୍ଦୁରିଆ ପ୍ରିମିୟର ଲିଗରେ ଆଜି ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ସାଗର ଇଲେଭେନ ଜାରକାକୁ ୧୨୮ ରନରେ ପରାସ୍ତ କରି ଭୁବନେଶ୍ୱର କ୍ଲବ ଫାଇନଲରେ ପ୍ରବେଶ କରିଛି । ଭୁବନେଶ୍ୱର ଟିମ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୩୪୦ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ନିହାର ସାହୁ ୨୭ ବଲରେ ଧୁଆଁଧାର ୧୦୪ ରନ ସଂଗ୍ରହ କରିଥିବ ବେଳେ ବିଶ୍ୱଶୃତି ପରିଡା ୭୫ ରନ ସଂଗ୍ରହ କରିଥିଲେ । ବିପକ୍ଷ ଜାରକା ଦଳର ଗଗନ ମହାପାତ୍ର ୩ଟି ଓ ପୁପୁଲ ମହନ୍ତି ୨ଟି ଉଇକେଟ ଅକ୍ତିଆର କରିଥିଲେ । ଜବାବରେ ସାଗର ଇଲେଭେନ ଜାରକା ଟିମ ବ୍ୟାଟିଙ୍ଗ କରି ୧୬ ଓଭରରେ ସମସ୍ତ ଉଇକେଟ ହରାଇ ୨୧୨ ରନ ସଂଗ୍ରହ କରି ପରାସ୍ତ ହୋଇଥିଲେ । । ଦଳ ପକ୍ଷରୁ ମନ୍ମଥ ମହ୍ଲ ୧୩୭ ରନ ସଂଗ୍ରହ କରିଥିଲେ । ପ୍ରତିପକ୍ଷ ଭୁବନେଶ୍ୱର ଟିମର ସଚିନ ମୁଖି ୪ ଟି ଓ ଏମଡି. ନିଜାମ ୨ ଉଇକେଟ ଅକ୍ତିଆର କରିଥିଲେ । ଫଳରେ ସାଗର ଇଲେଭେନକୁ ଟିମକୁ ୧୨୮ରନରେ ପରାସ୍ତ କରି ଭୁବନେଶ୍ୱର ଟିମ ଫାନାଲରେ ପ୍ରବେଶ କରିଛି । ଆଜିର ମ୍ୟାନ ଅଫ ଦି ମ୍ୟାଚ ଭାବେ ଭୁବନେଶ୍ୱର ଟିମର ନିହାର ସାହୁଙ୍କୁ ଘୋଷଣା କରାଯାଇଥିଲା । ପୁରସ୍କାର ବିତରଣ ଉତ୍ସବରେ ସମାଜସେବୀ ଏମଡି ମୁସ୍ତାକ ଅତିଥି ଭାବେ ଯୋଗଦେଇ ନିହାରଙ୍କୁ ମ୍ୟାନ ଅଫଦିମ୍ୟାଚ ଟ୍ରଫି ପ୍ରଦାନ କରିଥିଲେ । ଗାୟତ୍ରୀ ମୋବାଇଲ ପଏଂଟ ଜାରକା ଦ୍ୱାରା ପରିଚାଳିତ ଏହି ଟୁର୍ଣ୍ଣାମେଂଟର ଆଜିର ମ୍ୟାଚକୁ ରାଜେଶ ଭଦ୍ର ଓ ଏମଡି ହିରା ପରିଚାଳନା କରିଥିଲେ । ଆସନ୍ତା ୧୪ ତାରିଖ ମକର ସଂକ୍ରାନ୍ତିରେ ଫାଇନାଲ ମ୍ୟାଚ ଭୁବନେଶ୍ୱର ଓ କେସିସି ସୁଙ୍ଗୁଡା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟିର ସଭାପତି ସପ୍ତ ସାଗର ଦାସ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande